ମଣିପୁର ନୋନୀ ଜିଲ୍ଲାରେ ହୋଇଥିବା ଭୂ-ସ୍ଖଳନରେ ୭ ଯବାନଙ୍କ ସହିତ ୧୪ ଲୋକଙ୍କ ମୃତ୍ୟୁ ହୋଇଛି। ତା୩ ସହିତ ୧୨ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ରହିଛନ୍ତି। ମଣିପୁର ନୋନୀ ଜିଲ୍ଲା ତୁପୁଲ ରେଳ ଷ୍ଟେସନ ନିକଟରେ ମୁତୟନ ହୋଇଥିବା ୧୦୭ ଟେରିଟୋରିଆଲ ଆର୍ମି ଭୂସ୍ଖଳନର ଶିକାର ହୋଇଥିଲେ।
ବୁଧବାର ରାତିରେ ତୁପୁଲ ୟାର୍ଡ ରେଳବାଇ କନଷ୍ଟ୍ରକସନ କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା। ଏପର୍ଯ୍ୟନ୍ତ ଏହି ଘଟଣାରେ ଟେରିଟୋରିଆଲ୍ ଆର୍ମିର ୧୩ ଯବାନଙ୍କ ସହ ୫ ଜଣ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି।
ଭୂସ୍ଖଳନ ହେବା ଫଳରେ ଇଜେଇ ନଦୀରେ ବହୁମାତ୍ରାରେ ମାଟି ଅତଡା ପଡି ଏକ ପ୍ରାକୃତିକ ବନ୍ଧ ସୃଷ୍ଟି ହୋଇଛି। ଏହି ବନ୍ଧ ନଦୀର ପାଣିକୁ ଅଟକାଇ ରଖିଛି। ଯଦି ଏହି ବନ୍ଧ ଭାଙ୍ଗିଯାଏ ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ।
ଏଥିପାଇଁ ଜିଲ୍ଲାର ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ କରାଯାଇଛି। ତେବେ ଲଗାଣ ବର୍ଷା ଯୋଗୁ ସ୍ଥିତି ଆହୁରି ବିଗିଡିପାରେ ବୋଲି ଲୋକମାନଙ୍କୁ ସତର୍କ କରାଯାଇଛି। ଏଭଳି ସ୍ଥିତି ଦେଖି ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି।
Comments are closed.