ଝିଅ ପାଇଁ ପୁଅ ହାତ ଛାଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ମାଆ,ଜାଣନ୍ତୁ କଣ ପାଇଁ
ହାଇଦ୍ରାବାଦ: ଏକ ଡ୍ରାମାଟିକ ଘଟଣାକ୍ରମରେ ଆଜି ଆନ୍ଧ୍ରପ୍ରଦେଶ ଶାସକ ଦଳ ୱାଇଏଆର କଂଗ୍ରେସ ଦଳର ସଭାପତି ପଦରୁ ୱାଇଏସ ବିଜୟଲକ୍ଷ୍ମୀ ଇସ୍ତଫା ଦେଇଛନ୍ତି। ଆନ୍ଦ୍ରପ୍ରଦେଶରେ ବିଜୟ ଆମ୍ମା ରୂପେ ପରଚିତ ବିଜୟା ଲକ୍ଷ୍ମୀ ହେଉଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ମା। ଆଜି ଦଳ ପକ୍ଷରୁ ଆୟୋଜିତ ଏକ ମେଗା ମିଟିଂରେ ନିଜର ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି ବିଜୟାଲକ୍ଷ୍ମୀ। ଆନ୍ଧ୍ରର ପଡ଼ୋଶୀ ତେଲେଙ୍ଗାନାରେ ବିଜୟା ଲକ୍ଷ୍ମୀଙ୍କ ଝିଅ ୱାଇଏସ ଶର୍ମିଲାଙ୍କ ଦ୍ୱାରା ପରିଚାଳିତ ରାଜନୈତିକ ଦଳ ପାଇଁ କାମ କରିବେ ।
ସେ ତାଙ୍କ ଝିଅଙ୍କର ଦଳ ପାଇଁ ସମ୍ପୂର୍ଣ୍ଣ ସମୟ ଦେବାକୁ ଘୋଷଣା କରିଛନ୍ତି ବିଜୟାଲକ୍ଷ୍ମୀ। ୫ ବର୍ଷ ପରେ ଗୁଣ୍ଠୁରୁରେ ଆଜି ୱାଇଏସଆର କଂଗ୍ରେସ ପକ୍ଷରୁ ଏକ ବିରାଟ ଦଳୀୟ ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଉପସ୍ଥିତ ଥିଲେ। ଆଜିର କାର୍ଯ୍ୟକ୍ରମରେ ଆଚାନକ ନିଜ ଇସ୍ତଫା ଘୋଷଣା କରିଥିଲେ ବିଜୟାଲକ୍ଷ୍ମୀ। ଆଜିର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୟାଲକ୍ଷ୍ମୀ କହିଛନ୍ତି ଯେ, ତାଙ୍କୁ ନେଇ ବିଭିନ୍ନ ପ୍ରକାର ଗୁଜବ ଓ ଅନାବଶ୍ୟକ ବିବାଦ ସୃଷ୍ଟି କରାଯାଉ ଥିଲା । ସେ ତାଙ୍କ ଝିଅଙ୍କର ରାଜନୈତିକ ଦଳ ସହ ସାଥ ଦେବା ଏବଂ ଦଳ ଭିତରେ ଏହା ବିଭେଦ ସୃଷ୍ଟି କରୁଥିବା ଚର୍ଚ୍ଚା ହେବା ପରେ ସେ ୱାଇଏସଆର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି । ବିଜୟାଲକ୍ଷ୍ମୀ କହିଛନ୍ତି ଯେ, ମୁଁ ଅତ୍ୟନ୍ତ ଦୃଢ଼ ଆତ୍ମବିଶ୍ୱାସୀ ଯେ, ମୋ ପୁଅ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଜିତିବେ। ତାର ଖରାପ ସମୟରେ ମୁଁ ସାଥ ଦେଇଛି। ଏବେ ତାର ଭଲ ସମୟ ଚାଲିଛି।
Comments are closed.