ପୁଣି ଅଡୁଆରେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିବାରେ ଲଗାଛି। ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୧୫ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ଚାର୍ଜଶିଟ୍‌ ଦାଖଲ କରିଥିଲା। ଏବେ ଏହି ଚାର୍ଜଶିଟ୍‌ ବିରୋଧରେ ଜ୍ୟାକ୍‌ଲିନ୍‌ କୋର୍ଟର ଦ୍ୱାରସ୍ଥ ହେବେ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି।

ଜ୍ୟାକଲିନ୍‌ଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ଯେ, ସେ ଇଡି କିମ୍ବା କୋର୍ଟରୁ କୌଣସି ସରକାରୀ ସୂଚନା ପାଇନାହାଁନ୍ତି। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଅଭିଯୋଗର କୌଣସି କପି ପାଇନାହାଁନ୍ତି। ତଥାପି ଗୁରୁବାର, ଅର୍ଥାତ୍ ଆଜି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟର ଏକ କପି ମାଗିବା ପାଇଁ ପଟିଆଲା କୋର୍ଟକୁ ଯିବେ। ଜ୍ୟାକଲିନଙ୍କ ବିରୋଧରେ ଷଡଯନ୍ତ୍ର ଚାଲିଛି। ତାଙ୍କୁ ଫସାଇବା ପାଇଁ ଯୋଜନା କରାଯାଉଥିବା ତାଙ୍କ ଓକିଲ କହିଛନ୍ତି।

Comments are closed.