ଜାମ୍ମୁକାଶ୍ମୀରରେ ଘାଟି ତଳକୁ ଖସିଲା ITBP ବସ

ଶ୍ରୀନଗର: ଜମ୍ମୁକଶ୍ମୀରରେ ଆଜି ଏକ ବଡଧରଣର ଦୁର୍ଘଟଣା ଘଟିଛି | ଜମ୍ମୁକଶ୍ମୀରର ପହଲଗାଁରେ ଏହି ଦୁର୍ଘଟଣା ଘଟିଛି। ଆଇଟିବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ) ଯବାନମାନଙ୍କୁ ନେଇ ଯାଉଥିବାବେଳେ ବସଟି ଚନ୍ଦନୱାଡି ଅଞ୍ଚଳରେ ଘାଟି ତଳକୁ ଖସିପଡିଥିଲା | ଏହି ଦୁର୍ଘଟଣାରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ଏମାନଙ୍କ ମଧ୍ୟରେ ୬ଜଣ ଆଇଟିବିପି ଯବାନ ଥିବାବେଳେ ଜଣେ ଜମ୍ମୁକଶ୍ମୀର ପୁଲିସ କର୍ମଚାରୀ ରହିଛନ୍ତି |

ସେହିପରି ୩୨ ଜଣ ଯବାନ ଆହତ ହୋଇଥିବାବେଳେ ଯେଉଁଥିରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଅଧିକାରୀ କହିଛନ୍ତି ଯେ ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଶ୍ରୀନଗରର ଆର୍ମି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇଜଣ ଆଇଟିବିପି ଯବାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ପାଞ୍ଚ ଜଣଙ୍କର ମେଡିକାଲକୁ ନେବା ବାଟରେ ଜୀବନ ଚାଲିଯାଇଥିଲା | ବହୁ ସଂଖ୍ୟାରେ ଯବାନ ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି |

Comments are closed.