ସିରିଆ ଏୟାରପୋର୍ଟ ଉପରେ ଆକ୍ରମଣ କଲା ଇସ୍ରାଏଲ

ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆଜି ଇସ୍ରାଏଲ ଆକ୍ରମଣ କରିଛି। ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ ଇସ୍ରାଏଲ-ହମାସ ଯୁଦ୍ଧକୁ ନୂଆମୋଡ଼ ଦେଇଛି।

ସିରିୟା ରାଷ୍ଟ୍ରାୟତ ଟିଭି ଚ୍ୟାନେଲ୍‌ ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲ ବାୟୁସେନାର୪ଟି ବୋମାବର୍ଷୀ ବିମାନ ଉଭୟ ବିମାନବନ୍ଦର ଉପରେ ଏକକାଳୀନ ଆକ୍ରମଣ କରିଛି। ରିପୋର୍ଟରେ ଏହା କୁହାଯାଇଛି ‌ଯେ ସିରିୟା ବିମାନବନ୍ଦରରେ ଇସ୍ରାଏଲ ବିମାନ ଆକ୍ରମଣ କରି ରନ୍‌ୱେକୁ ଛାରଖାର କରିଦେଇଛି। ଇସ୍ରାଏଲ ଚ୍ୟାନେଲ ୧୨ ପକ୍ଷରୁ ମଧ୍ୟ ଆକ୍ରମଣର ଭିଡିଓ ଜାରି ହୋଇଛି। ଇସ୍ରାଏଲ୍‌ ଗାଜାରେ କରୁଥିବା ଅପରାଧ ଉପରୁ ନଜର ହଟାଇବାପାଇଁ ଏଭଳି ଆକ୍ରମଣ କରୁଛି ବୋଲି ସିରିୟା ଦାବି କରିଛି। ରିପୋର୍ଟ ଅନୁଯାୟୀ ଇରାନର ଏକ ବିମାନ ଏହି ସମୟରେ ସିରିୟାରେ ପହଞ୍ଚିବାର ଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଛି। ତେବେ ଜେରୁଜେଲମ ପୋଷ୍ଟ୍‌ ଅନୁଯାୟୀ ଉକ୍ତ ବିମାନବନ୍ଦର ଗୁଡ଼ିକର ରନୱେକୁ ଟାର୍ଗେଟ୍‌ କରି ଏହି ଆକ୍ରମଣ କରାଯାଇଛି। ମଙ୍ଗଳବାର ରାତିରେ ସିରିୟା ସୀମାରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ଜବାବ ଦେଇ ଏହି କାର୍ୟ୍ୟାନୁଷ୍ଠାନ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି

Comments are closed.