ଏକାଠି ନଜର ଆସିବେ ଈଶାନ ଓ ମୃଣାଳ, ‘ପିପ୍ପା’ର ଟିଜର ରିଲିଜ

ସ୍ୱାଧୀନତା ଦିବସ ଅବସରରେ ଈଶାନ ଖଟ୍ଟର ଏବଂ ମୃଣାଳ ଠାକୁରଙ୍କ ଫିଲ୍ମ ‘ପିପ୍ପା’ର ଟିଜର ରିଲିଜ ହୋଇଛି। ଫିଲ୍ମର ଟିଜର ବେଶ ଧମାକେଦାର ହୋଇଛି। ଟିଜରରେ ଦେଶଭକ୍ତିର ରଙ୍ଗ ଦେଖିବାକୁ ମିଳିଛି। ‘ପିପ୍ପା’ ଏକ ଯୁଦ୍ଧଭିତ୍ତିକ ଫିଲ୍ମ। ଯେଉଁଥିରେ ସଂଗ୍ରାମୀ ବ୍ରିଗେଡିୟର ବଳରାମ ସିଂ ମେହତାଙ୍କ ବାହାଦୁରୀ ଦେଖିବାକୁ ମିଳିବ। ଫିଲ୍ମର କାହାଣୀ ବ୍ରିଗେଡିୟର ବଳରାମ ସିଂ ମେହତାଙ୍କ ପୁସ୍ତକ ‘ଦ ବର୍ନିଂ ଚାଫିସ’ ଉପରେ ଆଧାରିତ।

ଫିଲ୍ମ ପପ୍ପାର ଟିଜର ଭିଡିଓରେ ମୃଣାଳ ଠାକୁର ଏବଂ ଈଶାନ ଖଟ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପିପ୍ପାର ଟିଜର ୧ ମିନିଟ ୭ ସେକେଣ୍ଡର ରହିଛି। ଏହି ଭିଡିଓରେ ୩ ଡିସେମ୍ବର ୧୯୭୧ ମସିହା ଦେଶର ସମସ୍ତ ଯବାନଙ୍କ ସମେତ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ରେଡିଓରେ ଶୁଣୁଥିବା ବେଳେ ପାକିସ୍ତାନ ଭାରତୀୟ ଏୟାରଫିଟ୍‌ ଉପରେ ଏୟାରଷ୍ଟ୍ରାଇକ କରିଥିଲା। ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସେତେବେଳେ ପାକିସ୍ତାନ ସହିତ ଯୁଦ୍ଧ କରିବା ପାଇଁ ଘୋଷଣା କରିଥିଲେ।

ଏହି ଟିଜର ଭିଡିଓରେ ମୃଣାଳ ଠାକୁର ଏବଂ ଈଶାନ ଖଯ୍ଟରଙ୍କ ସିନ୍‌ ଦେଖିବାକୁ ମିଳିଛି। ଈଶାନ ଟିଜରରେ ଯୁଦ୍ଧ ମଇଦାନରେ ନଜର ଆସିଛନ୍ତି। ଏହି ଟିଜର ଭିଡିଓରେ ଫିଲ୍ମ କେବେ ରିଲିଜ ହେବ ତାହା ମଧ୍ୟ ଜଣାପଡିଛି। ଈଶାନ ଖଟ୍ଟରଙ୍କ ଫିଲ୍ମ ‘ପିପ୍ପା’ ଡିସେମ୍ବରରେ ରିଲିଜ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ରାଜା କୃଷ୍ଣ ମେନନ କରୁଛନ୍ତି।

Comments are closed.