ଆଇପିଏଲ୍ ୨୦୨୨ ଟାଇଟଲ ବାଜିମାରିନେଲେ ହାର୍ଦ୍ଦିକ ପାଣ୍ଡ୍ୟା

ଶେଷ ହୋଇଛି ଆଇପିଏଲ୍ ମହାଲଢେଇ। ଆଜି ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ। ମ୍ୟାଚରେ ଟାଇଟଲ ବାଜି ମାରିନେଲା ଗୁଜରାଟ। ପ୍ରଥମ ଥର ପାଇଁ ଆଇପିଏଲରେ ସ୍ଥାନ ପାଇଁ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଟିମ୍ ଗୁଜରାଟ ଭଲ ପ୍ରଦର୍ଶନ କରିଥିଲା।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ 20 ଓଭର୍ ରେ 9ୱିକେଟ ହରାଇ 130ରନ କରିଥିଲା। ରାଜସ୍ଥାନର ବ୍ୟାଟ୍ସମ୍ୟାନ ବଟଲର ସର୍ବାଧିକ 39 ରନ୍ କରିଥିଲେ।ଯଶସ୍ୱୀ ଯଶଓ୍ଵାଲ 22ରନ୍ କରିଥିଲେ। ସେହିପରି ଅଧିନାୟକ ସଞ୍ଜୁ ସାମସନ୍ 14ରନ୍ କରି ଆଉଟ୍ ହୋଇଥିଲେ।

ଗୁଜରାଟ ତରଫରୁ ଶୁଭମନ୍ ଗିଲ 14 ରନ୍ ଏବଂ ମାଥ୍ୟୁ ଓ୍ଵାଡେ 8ରନ୍ କରି ଆଉଟ୍ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା 34ରନ୍ କରି ଆଉଟ୍ ହୋଇଥିଲେ।

ଆଇପିଏଲରେ ଗୁଜରାଟ ଟାଇଟନ୍ସ ୧୪ଟି ମ୍ୟାଚ ଖେଳି ୧୦ଟି ବିଜୟ ହାସଲ କରି ୪ଟି ମ୍ୟାଚ୍ ହାରିଥିଲା। ସେହିପରି ରାଜସ୍ଥାନ ୧୪ଟି ମ୍ୟାଚରୁ ୯ ମ୍ୟାଚରେ ଜିତି ୫ଟି ମ୍ୟାଚ୍ ପରାଜୟ ଗ୍ରହଣ କରିଥିଲା। ପଏଣ୍ଟତାଲିକା ଲକ୍ଷ୍ମୌ ଟିମ୍ ଭଲ ଦେଖିଥିଲେ ସୁଦ୍ଧା ରନରେଟ କମ୍ ଥିବାରୁ ରାଜସ୍ଥାନ ଫାଇନାଲକୁ ଯାଇଥିଲା। ଲକ୍ଷ୍ମୌ ୧୪ଟି ମ୍ୟାଚରୁ ୯ଟି ମ୍ୟାଚ ଜିତିଥିବା ବେଳେ ୫ଟି ମ୍ୟାଚ ହାରିଛି।

Comments are closed.