ଆଜି ବାଂଲାଦେଶରେ ଅନ୍ତରୀଣ ସରକାରର ଶପଥ ଗ୍ରହଣ । ପରାମର୍ଶଦାତା ପରିଷଦରେ ରହିପାରନ୍ତି ୧୫ ଜଣ ସଦସ୍ୟ
ଆଜି ବାଂଲାଦେଶରେ ଅନ୍ତରୀଣ ସରକାରର ଶପଥ ଗ୍ରହଣ । ମହମ୍ମଦ ୟୁନୁସ ସରକାରଙ୍କ ମୁଖ୍ୟ ଭାବେ ଶପଥ ନେବେ । ତେବେ ସରକାରର ପରାମର୍ଶଦାତା ପରିଷଦରେ ରହିପାରନ୍ତି ୧୫ ଜଣ ସଦସ୍ୟ । ଏନେଇ ଘୋଷଣା କରିଛନ୍ତି ସେନା ମୁଖ୍ୟ ଜେନେରାଲ ୱାକର- ଉଜ୍- -ଜମାନ । ବାଂଲାଦେଶର ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ରାତି ୮ଟାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ଜେନେରାଲ ୱାକର ସାମ୍ବାଦିକମାନଙ୍କୁ କହିଛନ୍ତି। ସେନା ମୁଖ୍ୟ କହିଛନ୍ତି ଯେ ୟୁନୁସଙ୍କ ନେତୃତ୍ୱରେ ହେବାକୁ ଥିବା ପରାମର୍ଶଦାତା ପରିଷଦରେ ୧୫ ଜଣ ସଦସ୍ୟ ରହିପାରନ୍ତି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ବହିଷ୍କାର କରାଯାଇଛି । ଏହାପରେ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ମଙ୍ଗଳବାର ୮୪ ବର୍ଷୀୟ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତ କରିଥିଲେ ।
Comments are closed.