ଭାରତର ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ବଡ଼ ବୟାନ୍‌, ଶୁଭମନ୍‌ ଗିଲ୍‌ କ୍ୟାପ୍ଟେନ୍‌ରେ ପାସ୍‌, ହେଲେ…

ଜିମ଼୍ବାୱେ ବିପକ୍ଷରେ ଖେଳା ଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଶୁଭମନ ଗିଲ୍‌ ଭାରତୀୟ ଦଳର କ୍ୟାପ୍ଟେନ୍‌ ରହିଥିଲେ । ସିରିଜର ପ୍ରଥମରେ ପରାଜୟ ପରେ ଦଳ ଫର୍ମକୁ ଫେରିଥିଲା ଦ଼୍ବିତୀୟ ମ୍ୟାଚ୍‌ରରୁ ଦଳ ଲଗାତାର ଜିମ଼୍ବାୱେକୁ ହରାଇ ୪-୧ରେ ସିରିଜ୍‌ କବ୍‌ଜା କରିଥିଲା । ଏହାକୁ ନେଇ ବିସିସିଆଇର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସବା କରିମ୍‌ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଶୁଭମନଙ୍କ ଅଧିନାୟକତ଼୍ବରେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଜଣେ ପ୍ରତିଭାଶାଳୀ ଓପନର ଭାବେ ତାଙ୍କର ନିରନ୍ତରତାରେ କମି ରହିଥିବା ସେ କହିଛନ୍ତି ।

ଗିଲ୍‌ ୫ ମ୍ୟାାଚ ଖେଳି ୧୭୦ ରନ୍‌ କରିଛନ୍ତି । ଏଥିସହିତ ସେ ସିରଜରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି । ହେଲେ ସେ ବୋଲିଂରେ ସେତେଟା ସଫଳ ନୁହନ୍ତି । ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ସିରିଜର ସମସ୍ତ ମ୍ୟାଚ୍‌ ଖେଳିଛନ୍ତି । କିନ୍ତୁ ଜଳସ଼୍ବୀ ଜୟସୱାଲ ଏବଂ ରୁତୁରାଜ ଗାୟକୱାଡ଼ଙ୍କ ଭଳି ଖେଳାଳି କମ୍‌ ପାଳି ଖେଳି ତାଙ୍କ ଠାରୁ ଅଧିକ ପ୍ରଭାବଶାଳୀ ବ୍ୟାଟିଂ କରିଥିବା ସେ କହିଛନ୍ତି ।

Comments are closed.