ଦେବଦୂତ ସାଜିଲେ ଭାରତୀୟ ସେନା ଯବାନ!

ଲଦାଖ: ଏଠାରେ ଶ୍ୟୋକ୍‌-ଦୁର୍ବୁକ୍‌ ରାସ୍ତାରେ ଦୁଇ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଏକ ବସ୍‌ ରାସ୍ତା ଉପରେ ଓଲଟି ପଡ଼ିବାରୁ ସେଥିରେ ୫ ଛୁଆ ସମେତ ୧୨ ଯାତ୍ରୀ ଫସି ରହିଥିଲେ। ଆଉ ଏତିକି ବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ ଭାରତୀୟ ସେନାର ଯବାନ। ବସ୍‌ ଭିତରେ ଫସି ରହିଥିବା ୧୨ ଯାତ୍ରୀଙ୍କୁ ଯବାନମାନେ ସୁରକ୍ଷିତ ଭାବରେ ଉଦ୍ଧାର କରିବା ସହିତ ତୁରନ୍ତ ପ୍ରାଥମିକ ଚିକିତ୍ସାର ସୁବିଧା ଉପଲବ୍ଧ କରାଇଥିଲେ। ଏ ନେଇ ଜଣେ ପ୍ରତିରକ୍ଷା ପ୍ରବକ୍ତା କହିଛନ୍ତି ଯେ ଦୁର୍ବୁକ୍‌ରୁ ଫେରୁଥିବା ଜମ୍ମୁ-କାଶ୍ମୀର ଲାଇଟ୍‌ ଇନ୍‌ଫ୍ୟାଣ୍ଟ୍ରିର ଏକ ୧୨ ଜଣିଆ ସୈନ୍ୟ ଦଳ ରାସ୍ତାରେ ଦୁର୍ଘଟଣା ଘଟିଥିବାର ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ସହାୟତା ପାଇଁ ଆଗେଇ ଆସିଥିଲେ।

Comments are closed.