ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍
ଭୁବନେଶ୍ୱର : ବାରବାଟୀ ଟି-ଟେ୍ଵଣ୍ଟି ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍। ବିମାନ ବନ୍ଦରରେ ଦୁଇ ଦଳର ଖେଳାଳି ପହଞ୍ଚିବା ପରେ ଭିଭିଆଇପି ଗେଟ ଦେଇ ବାହାରିଥିଲେ। ସେଠାରୁ କଡ଼ା ସୁରକ୍ଷାରେ ସ୍ପେଶାଲ କାର୍କେଡରେ ମେ’ ଫେୟାର ହୋଟେଲ ଆସିଥିଲ। ଅତ୍ୟାଧୁନିକ ଓ ଆମୋଦଦାୟକ ବସରେ ବିମାନ ବନ୍ଦରରୁ ମେ ଫେୟାର ହୋଟେଲକୁ ଆସିଥିଲେ। ଖେଳାଳିଙ୍କୁ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱରେ କ୍ରିକେଟ ପ୍ରେମୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ହୋଟେଲରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଯୋଡ଼ି ଶଙ୍ଖ, ଘୋଡ଼ା ନାଚ ଭଳି ପାରମ୍ପାରିକ ବାଜା ବଜାଇ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା। ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ଦୁଇ ଦେଶର ଖେଳାଳିଙ୍କୁ ହୋଟେଲକୁ ପାଛୋଟି ନିଆଯାଇଥିଲା। ଆଜି ଖେଳାଳିମାନେ ପୂରା ଦିନ ବିଶ୍ରାମ ନେବେ ।
ଆସନ୍ତାକାଲି ଉଭୟ ପକ୍ଷର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଖେଳାଳିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୨୦ ପ୍ଲାଟୁନ ଫୋର୍ସ । ଆଜି କଟକରେ ବି ସୁରକ୍ଷା ବ୍ୟବସ୍ଥାର ରିହର୍ସଲ ହେବ। ୧୨ ତାରିଖରେ ଅପରାହ୍ଣ ୩ଟାରେ ଦୁଇ ଟିମର ଖେଳାଳି ବାରବାଟୀ ଅଭିମୁଖେ ବାହାରିବେ । ଏଥର ନୂଆ ଏଲ୍ଇଡି ଫ୍ଲଡ ଲାଇଟ୍ରେ ଖେଳାଯିବ ମ୍ୟାଚ୍। ୨୦ ବର୍ଷର ପୁରୁଣା ଲାଇଟକୁ ବଦଳାଇ ୧୨ କୋଟି ଟଙ୍କା ବ୍ୟୟରେ ଏଲଇଡି ଲଗାଇଛି ଓସିଏ ।
Comments are closed.