ରାଗିଗଲେ ନୀତିଶ ଜାଣନ୍ତୁ କାହିଁକି

ପଟନା : ମଦ ମୃତ୍ୟୁକୁ ନେଇ ବୁଧବାରଦିନ ବିରୋଧୀ ଦଳ ନେତା ବିଜୟ କୁମାର ସିହ୍ନା ମଦ ଉପରେ ରାଜ୍ୟ ସରକାରଙ୍କ କଟକଣା ଉପରେ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବରେ ନୀତୀଶ ରାଗିଯାଇ କହିଲେ ଯେ ତୁମେ ଯେତେବେଳେ ସରକାରରେ ଥିଲ ମଦ ଉପରେ ନିଷେଧାଜ୍ଞାକୁ ସମର୍ଥନ କରୁଥିଲ । ଏବେ ତାହାର ବିରୋଧ କରୁଛ ।

ସୂଚନାଯୋଗ୍ୟ ଯେ, ବିହାରରେ ପୁଣି ଥରେ ବିଷାକ୍ତ ମଦମୃତ୍ୟୁର ବିଭୀଷିକା ଦେଖିବାକୁ ମିଳିଛି । ସାରନ ଜିଲ୍ଲାର ଛପ୍ରା ଅନ୍ତର୍ଗତ ଡୋଇଲା ଗ୍ରାମରେ ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୨୦ ଛୁଇଁଛି । ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ଗାଁରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛପ୍ରା ସଦର ଡାକ୍ତରଖାନାରେ ଚିକିତ୍ସା ସମୟରେ ଚିକିତ୍ସାଧିନ ଅବସ୍ଥାରେ ଆଉ କିଛି ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିହାରରେ ନିଷେଧାଦେଶ ରହିଛି, ଯେଉଁଠାରେ ମଦ ବିକ୍ରି ଏବଂ ବ୍ୟବହାର ବେଆଇନ ।

Comments are closed.