କେଉଁ ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ନୌକାବିହାର

ରାଞ୍ଚି: ଘାରିଛି ଘୋଡା ବେପାର ଭୟ। ଏହାରି ଭିତରେ ସରକାର ଭଙ୍ଗା ହେବା ପୂର୍ବରୁ ଶାସକ ଦଳର ବିଧାୟକମାନଙ୍କୁ ଛତିଶଗଡ କିମ୍ବା ପଶ୍ଚିମବଙ୍ଗ ପଠାଇବାକୁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ହେଉଛି। ତେବେ ଏସବୁ ସଙ୍କଟ ଭିତରେ କିନ୍ତୁ ଚାଲିଛି ପିକ୍‌ନିକ୍‌। ରାଜ୍ୟରେ ଶାସକ ୟୁପିଏ ବିଧାୟକମାନେ ଲତରାତୁ ଡ୍ୟାମ୍‌ରେ ପରିବାର ସହ ମଜାମସ୍ତି କରିବା ସହ ଚିନ୍ତା ମୁକ୍ତ ରହିବା ପାଇଁ ଖାଉଛନ୍ତି ମାସଂ ଭାତ। ଯାହାର ଚିତ୍ର ଏବେ ସାମ୍ନାକୁ ଆସିଛି ।
ଏହି ବସ୍‌ରେ, ମୁଖମନ୍ତ୍ରୀଙ୍କ ସମେତ ଶାସକ ମହାମେଣ୍ଟର ୪୯ ଜଣ ବିଧାୟକଙ୍କ ମଧ୍ୟରୁ ୪୩ ଜଣ ଥିଲେ। ଅପରାହ୍ନରେ, ଏହି ସମସ୍ତ ବିଧାୟକ ଲତରାତୁରେ ପହଞ୍ଚିଥିଲେ। ଏଠାରେ ବିଧାୟକମାନେ ପହଞ୍ଚିବା ପରେ ନିଜ ପରିବାର ସହ ମଉଜ ମସ୍ତି କରିବା ସହ ବୋଟିଂ କରିଥିଲେ। କେବଳ ସେତିକୁ ନୁହେଁ ନିଜକୁ ଚିନ୍ତା ମୁକ୍ତ ରଖିବା ପାଇଁ ମାଂସ ଭାତ ମଧ୍ୟ ଖାଇଥିଲେ। ଏହା ପରେ ସମସ୍ତେ ବିଳମ୍ବିତ ରାତିରେ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ।

ଏହାକୁ ନେଇ କଂଗ୍ରେସ ବିଧାୟକ ଶିଳ୍ପୀ ନେହା ତିର୍କିଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ସେ କହିଛନ୍ତି, ‘ଆଜି ସେମାନେ ସମସ୍ତେ ଲତରୁତରେ ଅଛନ୍ତି, କିନ୍ତୁ କାଲି କେଉଁଠିୁ ଯିବେ ତାହା ଜାଣିନାହାନ୍ତି। ସରକାରଙ୍କୁ ବଞ୍ଚାଇବା ପାଇଁ ସେ କିଛି କରିବାକୁ ପ୍ରସ୍ତୁତ।’

ସୂଚନାନୁସାରେ, ବିଧାୟକମାନଙ୍କୁ ଛତିଶଗଡକୁ ନିଆଯାଉଛି ବୋଲି ଗଣମାଧ୍ୟମରେ ବହୁ ଚର୍ଚ୍ଚା ହୋଇଥିଲା। ତେବେ ଏହି ଚର୍ଚ୍ଚାକୁ ଏଡାଇବା ପାଇଁ ହଠାତ୍ ଶୁକ୍ରବାର ରାତିରେ ଲତରୁତ ଡ୍ୟାମକୁ ଯିବାକୁ ଯୋଜନା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଅଫିସ ଅଫ ପ୍ରଫିଟ ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ନିର୍ବାଚନ କମିଶନ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଥିବା ବେଳେ ଏନେଇ ରାଜ୍ୟପାଳ ରମେଶ ବୈସଙ୍କୁ ସୁପାରିସ କରାଯାଇଛି। ରାଜ୍ୟପାଳ ଖୁବଶୀଘ୍ର ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରନ୍ତି। ଯଦି ସଦସ୍ୟତା ପଦ ରଦ୍ଦ ହୁଏ, ତା’ହେଲେ ବି ହେମନ୍ତ ସୋରେନ ୬ ମାସ ଯାଏ ମୁଖ୍ୟମନ୍ତ୍ରୀ ପଦରେ ରହିପାରିବେ। କିନ୍ତୁ ୬ ମାସ ଭିତରେ ତାଙ୍କୁ ପୁଣିଥରେ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଗୋଟିଏ ପଟେ ନିର୍ବାଚନ ଆୟୋଗର ସୁପାରିଶକୁ ନେଇ ଝଡ ସୃଷ୍ଟି ହୋଇଥିବା ବେଳେ ଅନ୍ୟ ପଟେ ରାଜ୍ୟପାଳଙ୍କ ନୀରବ ରହିଛନ୍ତି।

Comments are closed.