କଣ କହୁଛି ଆପଣଙ୍କ ଭାଗ୍ୟଫଳ
ମେଷ :
କର୍ମ କ୍ଷେତ୍ରରେ ବ୍ୟସ୍ତ ରହିବେ। ମନ ଅସ୍ଥିର ରହିବ। ଚାକିରିରେ ସହକର୍ମୀଙ୍କ ସହ ମନାନ୍ତର ହୋଇପାରେ। ପରିବହନ ଓ ବାଣିଜ୍ୟରେ କ୍ଷତି ହେବ। ଶୁଭ ଅଙ୍କ-୨, ଶୁଭରଙ୍ଗ-ସିଲ୍ଭର।
ବୃଷ :
ସ୍ୱପ୍ନ ସାକାର ହେବ। ଦୃଢ଼ମନା ରହିବେ। ଚାକିରିରେ ଧନ ଓ ସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ପିଙ୍କ୍ ।
ମିଥୁନ:
ଆର୍ଥିକ ଭାବେ ଲାଭବାନ ହେବେ। ଘରେ ସୁଖୀ ରହିବେ। ଚାକିରିରେ ସମ୍ମାନ ବଢ଼ିବ। ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭଅଙ୍କ-୩, ଶୁଭ ରଙ୍ଗ-କଳା ।
କର୍କଟ:
ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ। ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ପ୍ରସାର ହେବ। ଶୁଭଅଙ୍କ-୧, ଶୁଭ ରଙ୍ଗ-ଧଳା ।
ସିଂହ:
କର୍ମ କ୍ଷେତ୍ରରେ ସ୍ୱାଧୀନତା ରହିବ। ଧର୍ମକର୍ମରେ ମନ ରହିବ। ମହିଳାମାନେ ସମ୍ମାନ ପାଇବେ। ବେପାରରେ ଲାଭ ହେବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
କନ୍ୟା:
ନିଜ ଶକ୍ତିରେ କର୍ମ ସମ୍ପାଦନ କରିବେ। ଘରେ ସୁଖ ସମ୍ମାନ ପାଇବେ। ରାଜନୀତିରେ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭ ହେବ। ଶୁଭଅଙ୍କ-୮, ଶୁଭ ରଙ୍ଗ-କଳା।
ତୁଳା:
ପ୍ରତିଟି କାର୍ଯ୍ୟରେ ଆଗେଇବେ। ସାଂସାରିକ ଉନ୍ନତି କରିବେ । ରାଜନୀତିରେ ପ୍ରଭାବଶାଳୀ ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କ୍ରିମ୍ ।
ବିଛା:
ସମସ୍ୟା ଭିତରେ ଗତି କରିବେ। ଘରେ ଭୁଲ୍ ବୁଝାମଣା ରହିବ। ପରିବହନ ଓ ବାଣିଜ୍ୟରେ କ୍ଷତି ହେବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଗୋଲ୍ଡେନ୍ ।
ଧନୁ:
କର୍ମ କ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି। ସାଂସାରିକ ସମସ୍ୟା ରହିବ। ଚାକିରିରେ କର୍ତ୍ତୃପକ୍ଷଙ୍କର ଚାପ ରହିବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍।
ମକର:
କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ସାଂସାରିକ ସୁଖ ଶାନ୍ତି ଅକ୍ଷୁର୍ଣ୍ଣ ରହିବ। ଚାକିରିରେ ପ୍ରଶଂସା ପାଇବେ। ବାଣିଜ୍ୟରେ ଉନ୍ନତି କରିବେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-ମେଟାଲିକ୍ ।
କୁମ୍ଭ:
ଦୁଃସାହସିକ ଭାବେ କର୍ମ ସମ୍ପାଦନ କରିବେ। ପତ୍ନୀଙ୍କ ସହ ଉତ୍ତମ ବୁଝାମଣା ହେବ। ଚାକିରିରେ ସମ୍ମାନ ବଢ଼ିବ। ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କଳା ।
ମୀନ:
ପ୍ରତି କାର୍ଯ୍ୟରେ ସହଯୋଗ ମିଳିବ। ଗୁରୁଜନଙ୍କ ପରାମର୍ଶ କ୍ରମେ କର୍ମ କରିବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ୱିତ ହେବେ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-କଫି ।
Comments are closed.