ଆଉ ନାହାନ୍ତି ହିତିକ୍ ରୋଷନଙ୍କ ଆଈ
ମୁମ୍ବାଇ: ଗୁରୁବାର ଦିନ ମୁମ୍ବାଇରେ ଅଭିନେତା ହ୍ରିତିକ୍ ରୋଶନ୍ଙ୍କ ଆଈ ପଦ୍ମାରାଣୀ ଓମ୍ପ୍ରକାଶଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଥବା ଅସୁସ୍ଥ ପଦ୍ମାରାଣୀଙ୍କ ମୃତ୍ୟୁ ଖବର ଗୁରୁବାର ସନ୍ଧ୍ୟାରେ ଲୋକେ କହୁଥିଲେ। ଖବରର ସତ୍ୟତା ସମ୍ପର୍କରେ ଜ୍ବାଇଁ ରାକେଶ ରୋଶନ୍ଙ୍କୁ ପଚରା ଯିବାରୁ ସେ କହିଲେ, ଦୁର୍ଭାଗ୍ୟର କଥା, ଖବରଟି ସତ୍ୟ। ଓଁ ଶାନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ବୟସାଧିକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ପଦ୍ମା ଥିଲେ ଚଳଚ୍ଚିତ୍ର ନିର୍ମାତା ଜେ. ଓମ୍ପ୍ରକାଶଙ୍କ ପତ୍ନୀ ତଥା ହ୍ରିତିକ୍ ରୋଶନ୍ଙ୍କ ମାଆ ପିଙ୍କି ରୋଶନ୍ଙ୍କ ମାଆ। ଅସୁସ୍ଥତା ଯୋଗୁଁ ଗତ ଦୁଇ ବର୍ଷ ହେବ ପଦ୍ମା ରୋଶନ୍ଙ୍କ ପରିବାରେ ରହୁଥିଲେ। ୨୦୧୯ ଅଗଷ୍ଟ ୭ ତାରିଖ ଦିନ ୯୩ ବର୍ଷ ବୟସରେ ଜେ. ଓମ୍ପ୍ରକାଶଙ୍କର ମୃତ୍ୟୁ ଘଟିଥିଲା।
Comments are closed.