ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ ଗିରଫ

ନୂଆଦିଲ୍ଲୀ : ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଛନ୍ତି ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସତୈନ୍ଦ୍ର ଜେନକୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ସରକାର ମନ୍ତ୍ରୀ ଥିବା ସତୈନ୍ଦ୍ର ମିଛ କମ୍ପାନୀ ଜରିଆରେ ଟଙ୍କା ନେଣଦେଣର ଅଭିଯୋଗ ପରେ ଇଡି ତାଙ୍କୁ ଗିରଫ କରିଛି।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ହୋଇଛନ୍ତି। ଏହି ମାମଲାରେ ପୂର୍ବରୁ ଇଡି ତାଙ୍କୁ ଅନେକ ଥର ଜେରା କରିଥିଲା। ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜଡ଼ିତ ଥିବା ନେଇ ଇଡି ପାଖରେ ବଳିଷ୍ଠ ପ୍ରମାଣ ଲାଗିବା ଫଳରେ ଶେଷରେ ଆଜି ତାଙ୍କୁ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ ସତ୍ୟେନ୍ଦ୍ର ଜୈନ ୨୦୧୫ରେ ଜଣେ ସରକାରୀ ଅଧିକାରୀ ଭାବେ କାମ କରୁଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ହାୱାଲା ନେଟୱର୍କ ଜରିଆରେ ପ୍ରାୟ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା। ଶେଲ କମ୍ପାନୀଗୁଡ଼ିକ ଦ୍ୱାରା ଏପରି କାରବାର ହୋଇଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଛି। ଗତ ଏପ୍ରିଲ ମାସରେ ଜୈନ ଓ ତାଙ୍କ ପରିବାର ବର୍ଗଙ୍କ ମାଲିକାରେ ଥିବା କମ୍ପାନୀଗୁଡ଼ିକ ନାଁରେ ଏତେ ପରିମାଣର ସମ୍ପତ୍ତି ରହିଥିଲା। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ)୨୦୨୨ ବଳରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

 

Comments are closed.