ପୂର୍ବତନ ଉପ ରାଷ୍ଟ୍ରପତିଙ୍କ ବିରୋଧରେ ବିଜେପି ଆଣିଲା ସଙ୍ଗିନୀ ଅଭିଯୋଗ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ ଆଣିଛି ବିଜେପି। ବିଜେପି ପୂର୍ବତନ ଉପରାଷ୍ଟ୍ରପତି ଅନସାରୀଙ୍କ ବିରୋଧରେ ଅଭିଯୋଗ ଆଣି ବିଜେପି କହିଥିଲା ଯେ ଉପରାଷ୍ଟ୍ରପତି ପଦରେ ଥିବାବେଳେ ଅନସାରୀ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଗୁପ୍ତଚର ଥିବା ପାକିସ୍ତାନୀ ସାମ୍ବାଦିକ ନୁସରତ ମୀର୍ଜାଙ୍କ ସହ ଘନିଷ୍ଠ ସଂପର୍କରେ ଥିଲେ। ଏବଂ ତାଙ୍କ ସହ ଏକିଧିକ ସମ୍ମିଳନୀରେ ଏକାଠି ହେବା ସହ ତାଙ୍କୁ ଦେଶର ସୁରକ୍ଷା ସଂପର୍କିତ ଏକଧିକ ଦସ୍ତାବିଜ୍ ଦେଇଥିଲେ।
ତେବେ, ବିଜେପିର ଏହି ଅଭିଯୋଗକୁ ଖଣ୍ଡନ କରି ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ କହିଥିଲେ ଯେ ସେ ପାକିସ୍ତାନୀ ସାମ୍ବାଦିକ ନୁସରତ ମୀର୍ଜାଙ୍କ ସହ କୌଣସି ସମ୍ମିଳନୀରେ କିମ୍ବା ଅନ୍ୟ କୌଣସି ଅବସରରେ କେବେ ବି ଏକାଠି ହୋଇ ନାହାନ୍ତି। ତାଙ୍କୁ ଜାଣି ମଧ୍ୟ ନାହାନ୍ତି କିମ୍ବା କୌଣସି ସମ୍ମିଳନୀରେ ଯୋଗ ଦେବାକୁ ନିମନ୍ତ୍ରଣ ମଧ୍ୟ କରିନାହାନ୍ତି।
Comments are closed.