ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ

ପୁରୀ : ପୁରୀ ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ । ଏଥର ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଦେଲେ । ୭ ଜଣ ସେବାୟତଙ୍କ ୨୦ଟି ଚୁଲି ଭାଙ୍ଗିଯାଇଥିବା ସୂଚନା ମିଳିଛି । ଅବଶିଷ୍ଟ ଶତାଧିକ ଚୁଲି ସୁରକ୍ଷିତ ରହିଛି ।

ଗତକାଲି ରାତିରେ କେହି ଦୁର୍ବୃତ୍ତ ରୋଷଘର ଚୁଲି ଭାଙ୍ଗିଦେଇଥିବା ସୂଚନା ମିଳିଛି । ତେବେ ଆଡ଼ପ ଅଭଡ଼ା ପ୍ରସ୍ତୁତିରେ ଅସୁବିଧା ହେବ ନାହିଁ କୁହାଯାଇଛି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Comments are closed.