ସମୁଦ୍ର ଭିତରୁ ମିଳିଲା ସୁନା
ନୂଆଦିଲ୍ଲୀ: ପ୍ରସିଦ୍ଧ ସନ୍କେନ୍ ସାନ୍ ଜୋସ୍ ଗାଲିଅନ୍ର ଧ୍ବଂସାବଶେଷ ନିକଟରୁ ନିକଟ ଅତୀତରେ ଆବିଷ୍କୃତ ଦୁଇଟି ପୋତରେ ୧୭ ଶହ କୋଟି ଡଲାର୍ର ସୁନା ବୋଝେଇ ହୋଇଥିବା କଥା ‘ନିଉଜ୍ଉଇକ୍’ ରିପୋର୍ଟ କରିଛି। ୧୭୦୮ରେ ’୬୨-ଗନ୍ ସାନ୍ ଜୋସ୍କୁ ବ୍ରିଟିସ୍ ବୁଡ଼ାଇ ଦେଇଥିଲା।
୨୦୧୫ରେ ସନ୍ଧାନ ମିଳିଥିବା ଏହି ପୋତରେ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଥିବା ଜଣାପଡ଼ିଛି। ସ୍ପେନ୍ ସରକାର ମଧ୍ୟ ଉକ୍ତ ଦୁର୍ଘଟଣାଗ୍ରସ୍ତ ଜାହାଜର ନୂଆ ଫୁଟେଜ୍ ରିଲିଜ୍ କରିଛନ୍ତି। ଉକ୍ତ ଭିଡିଓ ରିମୋଟ୍ କଣ୍ଟ୍ରୋଲ୍ଡ୍ ଯାନଦ୍ବାରା କାରିବିୟନ୍ ତଟବର୍ତ୍ତୀ ସମୁଦ୍ର ଜଳରାଶିର ୩,୧୦୦ ଫୁଟ୍ ଗଭୀରରେ ଉତ୍ତୋଳନ କରାଯାଇଛି। ଦୁଇଟିଯାକ ପୋତ ୨୦୦ ବର୍ଷ ପୁରାତନ ବୋଲି ମନେହେଉଥିବା କଥା ‘ୱାସିଂଟନ୍ ପୋଷ୍ଟ୍’ ରିପୋର୍ଟ କରିଛି।
Comments are closed.