ଔପନ୍ୟାସିକା ଗୀତାଞ୍ଜଳିଙ୍କୁ ଶ୍ରୀ ପୁରସ୍କାର
ନୂଆଦିଲ୍ଲୀ : ପ୍ରଥମ ହିନ୍ଦୀ ଔପନ୍ୟାସିକା ଗୀତାଞ୍ଜଳି ଶ୍ରୀଙ୍କୁ ମିଳିଛି ସମ୍ମାନଜନକ ବୁକର ପୁରସ୍କାର ମିଳିଛି। ତାଙ୍କ ରଚିତ ଓ ଆମେରିକୀୟ ଅନୁବାଦକ ଡେଜି ରକ୍ୱେଲ୍ଙ୍କ ଦ୍ବାରା ଅନୁଦିତ ଇଂରାଜୀ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ’ ପାଇଁ ଗୀତାଞ୍ଜଳିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏହି ଉପନ୍ୟାସର ମୂଳ ନାମ ଥିଲା ‘ରେତ୍ ସମାଧି’। ଅବଶ୍ୟ ଅନୁବାଦ ପାଇଁ ଗୀତାଞ୍ଜଳିଙ୍କ ସହ ରକ୍ୱେଲ୍ ମଧ୍ୟ ସମ୍ମାନିତ ହୋଇଛନ୍ତି। ଏହାଦ୍ବାରା ଭାରତୀୟ ଭାଷାରେ ରଚିତ ପ୍ରଥମ ଉପନ୍ୟାସ ଭାବେ ମଧ୍ୟ ଗୀତାଞ୍ଜଳିଙ୍କ ପୁସ୍ତକ ପୁରସ୍କୃତ ହୋଇ ଇତିହାସ ରଚିଛି। ଏହି ଉପନ୍ୟାସର କାହାଣୀ ଭାରତ ବିଭାଜନ ଯୋଗୁଁ ପୀଡ଼ିତ ଜଣେ ବୃଦ୍ଧାଙ୍କ ପରିବାର ଉପରେ ପର୍ଯ୍ୟବଶିତ। ଏହା ୨୦୧୮ରେ ପ୍ରଥେମ ପ୍ରକାଶିତ ହୋଇଥିଲା। ବୁକର ପୁରସ୍କାର ବାବଦରେ ଗୀତାଞ୍ଜଳି ମାନପତ୍ର ସହିତ ୫୦ହଜାର ପାଉଣ୍ଡ ପାଇଛନ୍ତି।
ଗୀତାଞ୍ଜଳିଙ୍କ ଜନ୍ମ ଉତ୍ତରପ୍ରଦେଶର ମୈନପୁରୀଠାରେ। ଏହି ୬୪ବର୍ଷୀୟା ଲେଖିକା ସମ୍ପ୍ରତି ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି। ତାଙ୍କର ତିନିଟି ଉପନ୍ୟାସ ସମେତ ସଂଖ୍ୟାଧିକ ଗଳ୍ପ ପ୍ରକାଶିତ ହୋଇଛି। ତାଙ୍କର ବହୁ ରଚନା ଇଂରାଜୀ ସମେତ ଫରାସୀ, ଜର୍ମାନୀ, କୋରିଆ ଓ ସର୍ବିଆ ଭାଷାରେ ଅନୁଦିତ ହୋଇ ପ୍ରକାଶ ଲାଭ କରିଛି।
Comments are closed.