କେବୁଲ କାରରେ ବୁଲିବା ପଡ଼ିଲା ମହଙ୍ଗା
ଚଣ୍ଡିଗଡ଼: ମଝି ଆକାଶରେ ଫସିଗଲେ ପର୍ଯ୍ୟଟକ। ପର୍ଯ୍ୟଟକମାନେ କେବୁଲ କାରରେ ମଜା ନେଉଥିବା ବେଳେ ହଠାତ୍ ଗଡ଼ବବଡ଼ ହୋଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ସେମାନେ ମଝି ଆକାଶରେ ଝୁଲି ରହିଛନ୍ତି। ପ୍ରାୟ ୬ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ୫ ଜଣ ଏବେ ବି ଫସିଛନ୍ତି। ହିମାଚଳ ପ୍ରଦେଶର ପାରୱାନୋରେ ଏହି ଅଘଟଣ ଘଟିଛି। ସେମାନଙ୍କୁ ଉଦ୍ଧାର ପାଇଁ ଏକ ଉଡ଼ନ୍ତା ଟ୍ରଲିର ବ୍ୟବସ୍ଥା କରାଯାଇଛି। ଏଯାଏଁ ୫ ଜଣଙ୍କୁ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ ଏହି କେବୁଲ କାରଟି ୧୧ ଜଣ ପର୍ଯ୍ୟଟଙ୍କୁ ମଝି ଆକାଶରେ ବୁଲେଇବାକୁ ନେଇଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ହଠାତ୍ କେବୁଲ କାରଟି ମଝିରେ ଅଟକିଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥିରେ ଟିମ୍ବର ଟ୍ରାଏଲ ପ୍ରାଇଭେଟ ରିସୋର୍ଟ ଷ୍ଠାଫ କର୍ମଚାରୀମାନେ ସାମିଲ ଥିବା ବେଳେ ଏନ୍ଡିଆଏଫ ଟିମ୍କୁ ଖବର ଦିଆଯାଇଛି। ଇତିମଧ୍ୟରେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି।
Comments are closed.