ବାପା ପରେ ଆଖି ବୁଜିଲେ ପୁଅ

ବ୍ରହ୍ମପୁର : ବ୍ରହ୍ମପୁର ଜିଲ୍ଲା ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗତ ୨୨ ତାରିଖରେ ସିଲିଣ୍ଡର ବ୍ଲାଷ୍ଟ ହୋଇଥିବା ଘଟଣାରେ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଲା। ସିଲିଣ୍ଡର ବ୍ଲାଷ୍ଟ ଯୋଗୁ ଦେବରାଜ ନାୟକ ଓ ତାଙ୍କ ପୁଅ ଅଶୋକ ନାୟକ ଗୁରୁତର ହୋଇଥିଲେ । ଗତ ୨୩ ତାରିଖରେ ଦେବରାଜଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ଆଖି ବୁଜିଛନ୍ତି ଅଶୋକ । ଏହି ଘଟଣା ଯୋଗୁ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଦେବରାଜ ନାୟକଙ୍କ ଘରେ ବେଆଇନ ଭାବେ ୬୬ଟି ସିଲିଣ୍ଡର ରହିଥିଲା। ଗତ ୨୨ ତାରିଖରେ ହଠାତ୍‌ ଦେବରାଜ କବାଟ ଖୋଲି ଦେବାରୁ ତା ଭିତରେ ଥିବା ଏକ ଗ୍ୟାସ୍‌ ସିଲିଣ୍ଡର ବ୍ଲାଷ୍ଟ କରିଥିଲା। ଫଳରେ ଗ୍ୟାସ୍‌ ସିଲିଣ୍ଡର ଫାଟି ଘରର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ିଥିଲା। ପୁଲିସ୍‌ ତଦନ୍ତ ଆରମ୍ଭ କରି ଦେବରାଜଙ୍କ ଘରୁ ୬୬ଟି ସିଲିଣ୍ଡର ଜବତ କରିଥିଲା।

Comments are closed.