କାଶୀପୁର ପରେ ଗଜପତିରେ ହଇଜା କାୟା ବିସ୍ତାର କରିଲାଣି
ଗଜପତି : ଗଜପତି ଜ଼ିଲ୍ଲା ମୋହନା ବ୍ଲକ ପି. ଗୋବିନ୍ଦପୁର ଗ୍ରାମରେ ବ୍ୟାପିଛି ଝାଡାବାନ୍ତି । ବୁଧୁବାର ଗ୍ରାମର ୫ ଜଣ ବ୍ୟକ୍ତି ଝାଡାବାନ୍ତିର ଶିକାର ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ ରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ଲିପି ନାୟକ ନାମକ ଜଣେ ୯ ବର୍ଷର ନାବାଳିକାଙ୍କ ମୃତ୍ୟୁ ହୋଇଛି ।
ଅନ୍ୟମାନେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସାଧିନ ଅଛନ୍ତି। ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟିମ୍ ପି. ଗୋବିନ୍ଦପୁରରେ ପହଞ୍ଚି ଲୋକଙ୍କୁ ସଚେତନ କରାଇବା ସହ ଓ. ଅର୍. ଏସ୍ ପକେଟ୍ ଏବଂ ଔଷଧ ବଣ୍ଟନ କରିଛି । ଦୂଷିତ ପାନୀୟ ଜଳ ଝାଡାବାନ୍ତି ବ୍ୟାପିବା ର ମୁଖ୍ୟ କାରଣ ହୋଇଥିବା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ନମିତା ପଣ୍ଡା ସୂଚନା ଦେଇଛନ୍ତି ।
Comments are closed.