ଜି – ୨୦ ସମ୍ମିଳନୀ, ଭାରତ ନାଁ ରେ ଅଭିଯୋଗ ଆଣିଲା ଚୀନ

ନୂଆଦିଲ୍ଲୀ : ସାରା ବିଶ୍ବ ଦେଖିଲା ଭାରତର କରିସ୍ମା । ଭାରତର ଅଧ୍ୟକ୍ଷତାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଦୁଇଦିନ ଧରି ଚାଲିଥିବା ଏହି ଶିଖର ସମ୍ମିଳନୀକୁ ଅନ୍ୟତମ ସଫଳ ସମ୍ମିଳନୀ ବୋଲି ବିବେଚନା କରାଯାଉଛି । ହେଲେ ସେପଟେ ଚୀନ ଜି-୨୦ ବୈଠକକୁ ନେଇ ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି । ଚୀନର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରାଳୟ ସହ ଅନୁବନ୍ଧିତ ଚୀନ ଇନଷ୍ଟିଚ୍ୟୁଟ ଅଫ କଣ୍ଟେମ୍ପୋରାରି ଇଣ୍ଟରନ୍ୟାସନାଲ ରିଲେସନ ବା ସିଆଇସିଆଇଆର ନାମକ ସଂସ୍ଥା ଅଭିଯୋଗ ଆଣିଛି  ।

ସିଆଇସିଆଇଆର ଚୀନର ସୋସିଆଲ ମିଡିଆ ୱିଚାଟରେ ଲେଖିିଛି, ଆୟୋଜକ ଭାବେ ଭାରତ ଜ-୨୦ରୁ ଫାଇଦା ଉଠାଇଛି । ଆଉ ଚୀନର ସ୍ୱାର୍ଥକୁ କ୍ଷତି ପହଞ୍ଚାଇଛି । ସଂସ୍ଥାର ଅଭିଯୋଗ ବିବାଦୀୟ ଅରୁଣାଚଳପ୍ରଦେଶ ଓ କାଶ୍ମୀରରେ ଜି-୨୦ ବୈଠକ କରିଛି । ଏହା ସଂଘୀୟ ପରିବେଶକୁ ନଷ୍ଟ କରିଛି ।

Comments are closed.