ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ

ନୂଆଦିଲ୍ଲୀ : ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜର୍ଜିଆରେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୨୦ ମିନିଟ୍ ଜେଲରେ ରହିବା ପରେ ତାଙ୍କୁ ମୁକ୍ତ କରାଯାଇଛି । ଜର୍ଜିଆ ଷ୍ଟେଟର ଆଟଲାଣ୍ଟା ଫୁଲଟନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଥିଲେ । ଟ୍ରମ୍ପଙ୍କ ବିରୋଧରେ ଆସିଥିଲା ୧୩ଟି ଅଭିଯୋଗ ।

୨୦ ମିନିଟ୍ ଜେଲରେ ରହିବା ପରେ ତାଙ୍କୁ ୨ ଲକ୍ଷ ଡଲାର ବଣ୍ଡରେ ମୁକ୍ତ କରାଯାଇଥିଲା । ଜେଲରେ ସାଧାରଣ କଏଦି ପରି ଟ୍ରମ୍ପ ଫଟୋ ଉଠାଇଥିଲେ । ଜେଲରୁ ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

Comments are closed.