ଆଜିଠୁ ଆରମ୍ଭ ହେବ ଫୁଟୁବଲ୍ ବିଶ୍ୱକପ୍

ୱାଶିଂଟନ: ବିଶ୍ୱର ସବୁଠୁ ବଡ କ୍ରୀଡା ଇଭେଣ୍ଟ ପାଇଁ ଷ୍ଟାଡିୟମ୍ ଓ ଖେଳାଳିଙ୍କ ସହ ସାରା ବିଶ୍ୱବାସୀ ବି ପ୍ରସ୍ତୁତ। ଏଥର ଫୁଟବଲ୍ ମହାକୁମ୍ଭରେ ଭାଗ ନେଉଛନ୍ତି ବିଶ୍ୱର ୩୨ଟି ବଡ ଟିମ୍। ୮ଟି ଗ୍ରୁପରେ ଏହି ଟିମ୍‌କୁ ଭାଗ କରାଯାଇଛି । ଆଜି ରାତି ସାଢ଼େ ୯ଟାରେ ଫିଫା ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍ ରହିଛି। ଏହି ମ୍ୟାଚରେ ମୁହାଁମୁହିଁ ହେବେ କାତାର ଏବଂ ଇକ୍ୱେଡର।

ଗ୍ରୁପ୍‌- Aର ପ୍ରଥମ ଦୁଇଟି ଟିମ୍ ମଧ୍ୟରେ ଆଜି ଦେଖିବାକୁ ମିଳିବ ଟକ୍କର୍ । ଏହି ଗ୍ରୁପର ଅନ୍ୟ ଦୁଇଟି ଟିମ୍ ହେଲେ ସିନେଗାଲ ଓ ନେଦରଲ୍ୟାଣ୍ଡସ୍ । ସେହିପରି ଗ୍ରୁପ-Bରେ ଇଂଲଣ୍ଡ, ଇରାନ, ଆମେରିକା, ୱେଲସ ରହିଛନ୍ତି । ଗ୍ରୁପ-Cରେ ଅଛନ୍ତି ଆର୍ଜେଣ୍ଟିନା, ସାଉଦି ଆରବ, ମେକ୍ସିକୋ, ପୋଲାଣ୍ଡ । ଫ୍ରାନ୍ସ, ଅଷ୍ଟ୍ରେଲିଆ, ଡେନମାର୍କ, ଟ୍ୟୁନିସିଆ ଗ୍ରୁପ-Dରେ ଅଛନ୍ତି । ଗ୍ରୁପ-Eରେ ସ୍ପେନ୍, କୋଷ୍ଟାରିକା, ଜର୍ମାନୀ, ଜାପାନ ଥିବା ବେଳେ ଗ୍ରୁପ-Fରେ ଅଛନ୍ତି ବେଲଜିୟମ୍, କାନାଡା, ମୋରକ୍କୋ, କ୍ରୋଏସିଆ । ସେହିପରି ଗ୍ରୁପ୍-Gରେ ବ୍ରାଜିଲ୍, ସର୍ବିୟା, ସ୍ୱିଜରଲାଣ୍ଡ, କେମରୁନ୍କୁ ସ୍ଥାନ ମିଳିଛି । ଗ୍ରୁପ-Hରେ ଅଛନ୍ତି ପର୍ତ୍ତୁଗାଲ, ଘାନା, ଉରୁଗୁଏ, କୋରିଆ ରିପବ୍ଲିକ୍ ଭଳି ଟିମ୍।

Comments are closed.