ବିବାହ ଭୋଜି ଖାଇ ୩୩୬ ଜଣଙ୍କ ଫୁଡ୍ ପଏଜନିଙ୍ଗ୍
ମହାରାଷ୍ଟ୍ରର ଲାତୁର ଜିଲ୍ଲାରେ ଏକ ବିବାହ ସମାରୋହରେ ଭୋଜି ଖାଇ ପାଖାପାଖି ୩୩୬ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଏହାପରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଘଟଣାଟି ସ୍ଥାନୀୟ କେଦାରପୁର ଗାଁରେ ଗତ ରବିବାର ରାତିରେ ଘଟିଛି। ଏଠାରେ ଶହ ଶହ ଲୋକଙ୍କ ପାଇଁ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। ହେଲେ ଲୋକମାନେ ଭୋଜି ଖାଇବା ପରେ ଅସହଜ ଅନୁଭବ କରିଥିଲେ। ଏପରି କି, କେହି କେହି ଖାଦ୍ୟ ଖାଇବାର ତୁରନ୍ତ ପରେ ବାନ୍ତି ମଧ୍ୟ କରିଥିଲେ। କେଦାରପୁର ଏବଂ ପାଖ ଦୁଇଟି ଗାଁର ମୋଟ ୩୩୬ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଏବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ କହିବା ଅନୁସାରେ, ଫୁଡ୍ ପଏଜନିଙ୍ଗ୍ ଯୋଗୁ ଏଭଳି ଘଟଣା ଘଟିଛି। ସ୍ଥିତି ଉପରେ ନଜର ରଖିବା ପାଇଁ ୩ ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ମୁତୟନ ଅଛନ୍ତି।
Comments are closed.