ସମୁଦ୍ରରେ ବୁଡ଼ିଲା ମାଛ ଧରା ବୋଟ

ଗଭୀର ସମୁଦ୍ରରେ ବୁଡିଗଲା ମାଛଧରା ବୋଟ । ଆଉ ଅଳ୍ପକେ ବର୍ତ୍ତିଲେ ମତ୍ସଜୀବୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ଗ୍ରାମରେ ଘଟିିଛି ଏପରି ଅଘଟଣ । ଗ୍ରାମର ପ୍ରାୟ ୪ ଜଣ ମତ୍ସଜୀବୀ ମା’ ବନବିବି ନାମକ ଏକ ମାଛଧରା ବୋଟରେ ଗଭୀର ସୁଦ୍ରକୁ ମାଛ ମାରିବା ପାଇଁ ଯାଇ ଥିଲେ । ସମୁଦ୍ରର ଗଭୀର ଜଳ ରାଶିରୁ ଜାଲ ବୋଟ ଉପରକୁ ଟାଣୁଥିବା ବେଳେ ଲହଡି ଏବଂ ଜୁଆର ମାଡରେ ବୋଟଟି ଭାରସାମ୍ୟ ହରାଇ ଗଭୀର ସୁଦ୍ରରେ ବୁଡିଯାଇଥିଲ ।

ବୋଟରେ ଥିବା ମତ୍ସଜୀବୀମାନେ ସମୁଦ୍ର ଲହଡିରେ ଭାସିଭାସି ଆସି କୂଳରେ ଲାଗିଥିଲେ । ସେଥିମଧ୍ୟରୁ କିଛି ଆହତ ହୋଇଥିବା ବେଳେ ବୋଟ୍ଟି କିନ୍ତୁ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ସୋମବାର ଜମ୍ବୁ ଗ୍ରାମରୁ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମତ୍ସଜୀବୀ ୫ଟି ବୋଟ ସାହାଯ୍ୟରେ ବୁଡିଯାଇଥିବା ଡଙ୍ଗା ନିକଟକୁ ଯାଇ ସମୁଦ୍ରରୁ ଟଙ୍ଗାକୁ ଉଦ୍ଧାର କରିବା ସହିତ ବୋଟ୍ ସାହାଯ୍ୟରେ ଏହାକୁ କୁଳକୁ ଆଣିଛନ୍ତି ।

Comments are closed.