ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦

ଆଜିଠୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ଆରମ୍ଭ  ହେବ । ଭାରତ-ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ତିନି ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ହାମ୍ପସାୟାରର ଏଜେସ୍‌ ବାେଓ୍ଵଲଠାରେ ଖେଳାଯିବ। ଏହି ମ୍ୟାଚରେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ । ସୂଚନା ଦେବା ଉଚିତ ହେବକି କରୋନାରେ ସଂକ୍ରମିତ ହେବା ପରେ ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ଖେଳିପାରିନଥିଲେ । ଏବେ କିନ୍ତୁ କରୋନା ମୁକ୍ତ ହୋଇ ଦଳର ନେତୃତ୍ୱ ସେ ନେବାକୁ ପ୍ରସ୍ତୁତ ଅଛନ୍ତି । ଟେଷ୍ଟ ଠାରୁ ଏକ ଭିନ୍ନ ଦଳ ଟି-୨୦ ଖେଳିବ ।

କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଇଶାନ କିଶନ ପୁଣି ଥରେ ପାଳି ଆରମ୍ଭ କରିବେ ବୋଲି ଜଣାଯାଇଛି । ବିରାଟ କୋହଲି ନଥିବାରୁ ଦୀପକ ହୁଡା ତୃତୀୟ ଓ ସୂର୍ଯ୍ୟକୁମାର ଯାଦବ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ । ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବା ପରେ ଅଭିଜ୍ଞ ଦୀନେଶ କାର୍ତ୍ତିକ ଷଷ୍ଠ ସ୍ଥାନରେ ଆସିବେ । ଅଲରାଉଣ୍ଡର ଅକ୍ଷର ପଟେଲ ବି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି । ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବ ଟି-୨୦ ବିଶ୍ୱକପ । ଏହାପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ସିରିଜ ଅନେକ ଗୁରୁତ୍ୱ ରଖୁଛି ।

Comments are closed.