ଏହାକୁ କୁକୁର ବି ଖାଇବ ନାହିଁ

ଲକ୍ଷ୍ନୌ : ୟୁପି ପୋଲିସ ଲାଇନ ମେସ୍‌ରେ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ କରି କନଷ୍ଟେବଳ ମନୋଜ କୁମାର ଧାରଣାରେ ବସିଛନ୍ତି। ଏକ ପ୍ଲେଟ୍‌ରେ ମେସ୍‌ ପ୍ରସ୍ତୁତ ଖାଦ୍ୟ ଧରି ମନୋଜ ଭିଡିଓ କରିବା ସହ ‘ଏହାକୁ କୁକୁର ବି ଖାଇବ ନାହିଁ’ ବୋଲି କାନ୍ଦିକାନ୍ଦି କହୁଥିବା ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୃଥକ ଭାବେ ପୋଲିସ କନଷ୍ଟେବଳଙ୍କ ପାଇଁ ୧,୮୭୫ ଟଙ୍କା ଦେବାକୁ ଦେଇଥିବା ପ୍ରତିଶ୍ରୁତି କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଭିଡିଓ ବହୁଳ ପ୍ରସାରିତ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Comments are closed.