ଏଲନ ମସ୍କ କିନ୍ନର ପୁଅଙ୍କ ନାମ ପରିବର୍ତ୍ତନ ପାଇଁ ଆବେଦନ
ୱାଶିଂଟନ୍: ଏଲନ୍ ମସ୍କଙ୍କ କିନ୍ନର ସନ୍ତାନ ତାଙ୍କ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନ କରିଛନ୍ତି। ସେ ତାଙ୍କର ନୂତନ ଲିଙ୍ଗ ପରିଚୟ ଅନୁସାରେ ନିଜର ନାମ ପରିବର୍ତ୍ତନ କରିବାକୁ ଚାହାନ୍ତି। ସେ ତାଙ୍କ ଆବେଦନ ପତ୍ରରେ ଆହୁରି ବି କହିଛନ୍ତି କି ତାଙ୍କ ବାପା ଏଲନ ମସ୍କଙ୍କ ସହ ସେ କୌଣସି ପ୍ରକାରର ସଂପର୍କ ରଖିବାକୁ ଚାହାନ୍ତି ନାହିଁ।
ନିକଟରେ ୧୮ ବର୍ଷ ବସୟ ପୂରା କରିଥିବା ମସ୍କଙ୍କ କିନ୍ନର ସନ୍ତାନ ଜାଭିୟର୍ ଆଲେକ୍ଜାଣ୍ଡାର୍ ମସ୍କ କୋର୍ଟରେ ତାଙ୍କ ଲିଙ୍ଗ ପୁରୁଷରୁ ନାରୀ କରି ତାଙ୍କ ନୂଆ ନାମକୁ ସ୍ବୀକୃତି ଦେବାକୁ ନିବେଦନ କରିଥିଲେ। ଅନ୍ଲାଇନ୍ରୁ କୋର୍ଟ କାଗଜପତ୍ର ଯୋଗାଡ଼ କରି ସେ ଏହି ଆବେଦନ କରିଥିବା ସୂଚନା ରହିଛି। ସେ ହେଉଛନ୍ତି ୨୦୦୮ରେ ମସ୍କଙ୍କୁ ଛାଡ଼ପତ୍ର ଦେଇଥିଲା ଜଷ୍ଟିନ୍ ୱିଲ୍ସମ୍ଙ୍କ ସନ୍ତାନ।
ଉଲ୍ଲେଖଯୋଗ୍ୟ, ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଠାରୁ ତାଙ୍କ ଦ୍ବିତୀୟ ପତ୍ନୀ ତଥା ବିଶିଷ୍ଟ ପପ୍ ମ୍ୟୁଜିକ୍ ଗାୟିକା କ୍ଲାରି ଗ୍ରିମ୍ସ ବାଉଚର ବି ଅଲଗା ହୋଇଯାଇଛନ୍ତି। କିଛି ମାସ ତଳେ ଉଭୟ ଏଲନ୍ ଓ କ୍ଲାରି ତାଙ୍କ ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିଥିଲେ। ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ସେହି ଝିଅଟିର ମଧ୍ୟ ଅଦ୍ଭୁତ ନାମକରଣ କରାଯାଇଥିଲା। ତାହାର ନାମ ରଖାଯାଇଛି ଏକ୍ସା ଡାର୍କ ସାଇଡ୍ରାଏଲ୍। ୨୦୨୦ ମେ’ରେ ଉଭୟଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଦ୍ବିତୀୟ ଥର ପାଇଁ ମସ୍କଙ୍କ ଠାରୁ କ୍ଲାରି ଅଲଗା ହୋଇଛନ୍ତି। ୨୦୧୮ରୁ ଉଭୟ ପରସ୍କର ସହ ଡେଟିଂ ଆରମ୍ଭ କରିଥିଲେ।
Comments are closed.