ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା
ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ରେଞ୍ଜ ବାରସିଙ୍ଗା ଜଙ୍ଗଲରେ ଗୁଳିବିଦ୍ଧ ଦନ୍ତାହାତୀ ପାଇଁ ବନ ବିଭାଗର ଚିନ୍ତା ବଢ଼ିଲାଣି । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀ ଗ୍ରହଣ କରୁନି ଖାଦ୍ୟ। ଯାହାକି ବନ ବିଭାଗ ଅଧିକାରୀଙ୍କ ପାଇଁ ଟେନସନର କାରଣ ପାଲଟିଛି।
ନରସିଂହପୁର ଜଙ୍ଗଲରେ ହାତୀଟିକୁ ଠାବ କରାଯାଇ ଗତକାଲି ଟ୍ରାଙ୍କୁଲାଇଜ କରାଯାଇ ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା। ହାତୀର ବାମ କାନ, ଶୁଣ୍ଢ, ଗୋଡ଼ ଏବଂ ଶରୀରର ଅନ୍ୟ ଦୁଇଟି ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ହାତୀଟି ଏବେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ସାମାନ୍ୟ ଫଳମୂଳ ଗ୍ରହଣ କରିଥିଲା। ହେଲେ ଏହାପରେ ଆଉ ଖାଉନି ହାତୀ । ତେଣୁ ସାଲାଇନ ଲଗାଇ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସା ଚାଲିଛି । ସାତକୋଶିଆ ବନ୍ୟପ୍ରାଣୀ ବିଶେଷଜ୍ଞ ଟିମ୍ ଏବଂ ନରସିଂହପୁରର ପ୍ରାଣୀ ଚିକିତ୍ସକଙ୍କ ମିଳିତ ସହାୟତାରେ ଦନ୍ତାହାତୀର ଚିକିତ୍ସା କରୁଛନ୍ତି।
Comments are closed.