ଶିବସେନା ପଦରୁ ସିନ୍ଦେଙ୍କୁ ବହିଷ୍କୃତ

ମୁମ୍ବାଇ: ଶିବସେନା ନେତୃତ୍ୱରେ ଚାଲିଥିବା ସରକାର ବିରୋଧରେ ବିଦ୍ରୋହ ଘୋଷଣା କରି ଏହାକୁ ଭାଙ୍ଗି ଦେଇଥିବା ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ବିଦ୍ରୋହ ପାଇଁ ଶ୍ରୀ ସିନ୍ଦେଙ୍କୁ ‘ଶିବସେନା ନେତା’ ପଦରୁ ବହିଷ୍କାର କରିଛନ୍ତି। ଏହାର ଅର୍ଥ ସିନ୍ଦେ ଆଉ ଶିବସେନାର କୌଣସି ସଂଗଠନ ସହ ଜଡ଼ିତ ରହିପାରିବେ ନାହିଁ।

ଶ୍ରୀ ସିନ୍ଦେ ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ସହାୟତା କରିଥିବାରୁ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ଦେଇଛି। ସେ ଗୁରୁବାର ଶପଥ ନେବା ପରେ ଶୁକ୍ରବାର ରାତିରେ ଉଦ୍ଧବ ଠାକରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସିନ୍ଦେଙ୍କୁ ଉଦ୍ଧବ ଠାକରେ ଚିଠି ଲେଖି ଅବଗତ କରାଇଛନ୍ତି।

Comments are closed.