ଏକ୍ ଭିଲେନ୍ ରିଟର୍ଣ୍ଣସ’ର ଫାଷ୍ଟ ଲୁକ୍
୮ ବର୍ଷ ପରେ ଫେରୁଛି ଏକ୍ ଭିଲେନ୍। ଆସୁଛି ଏକ ଭିଲେନ୍ର ସିକ୍ୱେଲ। ଏହି ସିକ୍ୱେଲର ନାଁ ରହିଛି ଏକ ଭିଲେନ୍ ରିଟର୍ଣ୍ଣସ। ଫିଲ୍ମର ଷ୍ଟାର କାଷ୍ଟଙ୍କ ଫାଷ୍ଟ ଲୁକ୍ ସେୟାର କରାଯାଇଛି। ସମସ୍ତ କଳାକାର ପ୍ରଥମ ଲୁକ୍ରେ ହିଁ ଫିଲ୍ମକୁ ନେଇ ସସ୍ପେନ୍ସ ସୃଷ୍ଟି କରିଛନ୍ତି। ଫିଲ୍ମ ଏକ ଭିଲେନ୍ର ରିଲିଜ୍କୁ ୮ ବର୍ଷ ପୂରା ହୋଇଛି। ଏ ଅବସରରେ ନିର୍ମାତା ଫିଲ୍ମ ଏକ ଭିଲେନ୍ ରିଟର୍ଣ୍ଣସର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍ କରିଛନ୍ତି।
ଫିଲ୍ମର ଷ୍ଟାର ଜନ୍ ଆବ୍ରାହମ୍, ଅର୍ଜୁନ କପୁର, ଦିଶା ପାଟନୀ ଓ ତାରା ସୁତରିୟାଙ୍କ ପୋଷ୍ଟର ରିଲିଜ୍ ହୋଇଛି। ସମସ୍ତ ତାରକା ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ନିଜ ପ୍ରଥମ ଲୁକ୍ ପୋଷ୍ଟାର ସେୟାର କରିଛନ୍ତି। ସମସ୍ତ ଷ୍ଟାର କାଷ୍ଟ ନିଜ ପୋଷ୍ଟରରେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଫିଲ୍ମ ୨୯ ଜୁଲାଇ ୨୦୨୨ରେ ହଲ୍ରେ ରିଲିଜ୍ ହେବ।
Comments are closed.