ନ୍ୟାସନାଲ ହେରାଲ୍ଡ ଅଫିସରେ ଇଡି ରେଡ୍‌

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଅଫିସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ୍‌। ମନି ଲଣ୍ଡରିଂ ମାମଲାରେ ଇଡି ଏହି ନ୍ୟୁଜ୍‌ ପେପର୍‌ ଅଫିସ ସମେତ ଦିଲ୍ଲୀ ଓ କୋଲକାତାର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଇଡି ନ୍ୟାସନାଲ ହେରାଲ୍ଡ ଏବଂ ଏଥିସହ ସଂପୃକ୍ତ କମ୍ପାନୀଗୁଡିକର ଆକାଉଣ୍ଟକୁ ଯାଞ୍ଚ କରୁଛି।

କୁହାଯାଉଛି ଯେ ଇଡି ରେଡ୍‌ କରିବା ବେଳେ ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ସୁରକ୍ଷାକର୍ମୀଙ୍କ ବ୍ୟତୀତ ଅନ୍ୟ କେହି ଉପସ୍ଥିତ ନାହାଁନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ଉତ୍ତର ରେଡ୍ଡୀ ଇଡିର ଏହି ଚୁଢ଼ାଉକୁ ନେଇ କହିଛନ୍ତି ଏହା ଆଶ୍ଚର୍ଯ୍ୟଜନକ। ଏହା ରାଜନୈତିକ ପ୍ରତିଶୋଧ ଛଡା ଆଉ କିଛି ନୁହେଁ।

Comments are closed.