ରାଗିଗଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ :ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ବସିବା ପାଇଁ ମିଳିଲାନି ଉପଯୁକ୍ତ ସିଟ୍ ଖଣ୍ଡେ । ରାଗିଯାଇ କାର୍ଯ୍ୟକ୍ରମକୁ ଅଧାରୁ ଛାଡି ସେ ଚାଲିଆସିଲେ । ଏଭଳି ଏକ ଘଟଣା ଆଜି ଦିଲ୍ଲୀର ନୂଆ ଉପ-ରାଜ୍ୟପାଳଙ୍କ ଶପଥପାଠ କାର୍ଯ୍ୟକ୍ରମ ସମୟରେ ଦେଖିବାକୁ ମିଳିଛି । ଦିଲ୍ଲୀର ନୂଆ ଉପରାଜ୍ୟପାଳ ବିନୟ କୁମାର ସକସେନାଙ୍କ ଶପଥପାଠ କାର୍ଯ୍ୟକ୍ରମରେ ପହଁଚିଥିଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । କିନ୍ତୁ ଏକ ଅପ୍ରତ୍ୟାଶିତ ଘଟଣା ଭାବେ ତାଙ୍କୁ ବସିବାକୁ ଉପଯୁକ୍ତ ସିଟ୍ ଖଣ୍ଡେ ମିଳିନଥିଲା । ଯେଉଁଥି ପାଇଁ କାର୍ଯ୍ୟକ୍ରମ ଛାଡି ଚାଲିଆସିଲେ ହର୍ଷବର୍ଦ୍ଧନ ଓ ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ଅଭିଯୋଗ ମଧ୍ୟ କରିଥିଲେ ।
ଆଗକୁ ପଢନ୍ତୁ..
ମଞ୍ଚରେ ଷ୍ଟାଲିନ ଉଠାଇଲେ ତାମିଲ ଭାଷା ପ୍ରସଙ୍ଗ । ଜବାବ ଦେଲେ ଦେଶ ସେବା ପାଇଁ ଅଭିଳାଷା ବରାକ ଛାଡିଲେ ବିଦେଶର ଦାମୀ ଚାକିର କାର୍ଯ୍ୟକ୍ରମ ବେଳେ ରାଗି ଯାଇଥିଲେ ପୂର୍ବତନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ରାଗରେ କହୁଛନ୍ତି ଏଭଳି ବ୍ୟବସ୍ଥା ହୋଇଛି, ବସିବାକୁ ସିଟ୍ ବି ନାହିଁ ।. ଆଉ ବାହାରେ ତାଙ୍କୁ କେହିଜଣେ ପ୍ରଶ୍ନ କରିବାରୁ ରାଗରେ କହିଥିଲେ, ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଏଭଳି ଅବହେଳା ଗୁରୁବାର ଦିଲ୍ଲୀରେ ନୂଆ ଉପ-ରାଜ୍ୟପାଳଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଦିଲ୍ଲୀର ନୁଆ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ବିନୟ କୁମାର ସକସେନା
Comments are closed.