କଟକରେ ପୁଣି ଏକ ଯୌତୁକ ନିର୍ଯାତନାର ଅଭିଯୋଗ। ହାତରୁ ମେହେନ୍ଦୀ ପାଦରୁ ଅଳତା ଲିଭିନି, ହେଲେ ଝିଅ ଆଜି ମରଣ ସହ ସଂଘର୍ଷ କରୁଛି କଟକ ବଡ଼ ଡାକ୍ତରଖାନାର ଆଇସିୟୁରେ।
ଗତ ଜୁନ ୨୫ତାରିଖରେ ବୟାଳିଶି ମୌଜାର ଭାଗିରଥି ଦାସଙ୍କ ପୁଅ ପ୍ରଭାତ ଦାସଙ୍କୁ ବୈଦିକ ରୀତି ନୀତିରେ ସୋନିଆ ବିବାହ କରିଥିଲେ। ବିବାହ ବେଳେ ଯୌତୁକ ନ ନେବା ପାଇଁ ଶାଶୁ ଘର ଲୋକ କହିଥିବା ବେଳେ ବିବାହ ପରେ ଯୌତୁକ ପାଇଁ ଦାବି କରିଥିଲେ । ଏପରିକି ଚତୁର୍ଥି ପରଦିନ ଠାରୁ ଯୌତୁକ ପାଇଁ ଅକଥନୀୟ ଅତ୍ୟାଚାର କରନ୍ତି ବୋଲି ପରିବାର ଲୋକଙ୍କୁ ସୋନିଆ ଜଣାଇଥିଲେ ବୋଲି କହିଛନ୍ତି ସୋନିଆଙ୍କ ପରିବାର ଲୋକ।।
ଏମିତିକି ଯୌତୁକ ନ ଆଣିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଉଥିଲେ। ତେବେ ଗତ ୫ ତାରିଖ ରାତିରେ ଶାଶୂଘର ଲୋକେ ନବବଧୂ ସୋନିଆଙ୍କୁ ମାଡ଼ ମାରିବା ସହିତ ମୁଣ୍ଡକୁ ହାଣି ଦେଇଥିଲେ ବୋଲି ପିଡୀତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏହାପରେ ସୋନିଆଙ୍କ ଶାଶୁଘର ଲୋକ ସୋନିଆଙ୍କ ଭଉଣୀଙ୍କୁ ଫୋନ କଲ କରି ସୋନିଆଙ୍କ ଦେହ ଖରାପ ଅଛି କହି ତୁରନ୍ତ ଏସସିବି କୁ ଆସିବା ପାଇଁ ଜଣାଇଥିଲେ ।
ବାପା , ମା ଓ ପରିବାର ଲୋକ ଏସସିବିରେ ପହଁଚିବ ପରେ ଝିଅ ଗୁରୁତର ଅବସ୍ଥାରେ ଆଇସିୟୁ ଭର୍ତି ହେଇ ଜୀବନ ମରଣ ସହ ସଂଘର୍ଷ କରିଥିବାର ଦେଖିଥିଲେ।। ଏହାକୁ ନେଇ ସୋନିଆ ଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହାର ସଠିକ ଭାବରେ ତଦନ୍ତ କରି ନ୍ୟାୟ ଦେବା ପାଇଁ ପିଡୀତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ଦାବି ଜଣାଇଛନ୍ତି।।
Comments are closed.