ଶୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଦୀପିକା
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ମୁତାବକ, ଶୁଟିଂ ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଥାଉ କି, ଦୀପିକା ବର୍ତ୍ତମାନ ହାଇଦ୍ରାବାଦରେ ଅଭିନେତା ପ୍ରଭାସଙ୍କ ସହ ଫିଲ୍ମ ପ୍ରୋଜେକ୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି।
ମିଡିଆ ରିପୋର୍ଟ ଅନୁସାରେ, ଶୁଟିଂ ସମୟରେ ଦୀପିକା ତାଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଉଥିବା ନେଇ ଅଭିଯୋଗ କରିଥିଲେ, ଯାହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା। ସେ ହାଇଦ୍ରାବାଦର କମିନେନି ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ତାଙ୍କର ଚେକ୍ଅପ କରାଯାଇଥିଲା। ଏବେ କୁହାଯାଉଛି ଯେ ଦୀପିକା ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି।
ସେପଟେ ସାଉଥ୍ର ପ୍ରତ୍ୟେକ ଖବର ଉପରେ ନଜର ରଖୁଥିବା ମନୋବାଲା ବିଜୟବାଲନ୍ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏ ନେଇ ଏକ ଟ୍ଵିଟ୍ କରିଛନ୍ତି। ସେ କହିଛନ୍ତି ଯେ ଦୀପିକା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଭଲ ଅଛନ୍ତି ଏବଂ ପ୍ରୋଜେକ୍ଟ ଶୁଟିଂକୁ ଫେରିଛନ୍ତି।
ଅନ୍ୟପକ୍ଷରେ ଦୀପିକା କିମ୍ବା ଦୀପିକାଙ୍କ ପିଆର୍ ଟିମ୍ ତରଫରୁ ଏମିତି କିଛି ସୂଚନା ଦିଆଯାଇ ନାହିଁ। କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ, ଦୀପିକା ବର୍ତ୍ତମାନ ହସ୍ପିଟାଲରେ ବିଶ୍ରାମ ନେଉଛନ୍ତି।
Comments are closed.