କଙ୍ଗନା ରାଣାଓ୍ଵତ୍ଙ୍କ ‘ଧାକଡ଼’ ହେଲା ବଡ଼ ଫ୍ଲପ୍!
କଙ୍ଗନା ରାଣାଓ୍ଵତ୍ଙ୍କ ଅଭିନୀତ ଆକ୍ସନ୍ ଫିଲ୍ମ ‘ଧାକଡ଼’ ଏବେ ଭଲ ନୁହେଁ, ବରଂ ଖରାପରେ ରେକର୍ଡ କରିଛି। ରିଲିଜ୍ ହେବାର ଅଷ୍ଟମ ଦିନରେ ଏହି ଫିଲ୍ମ ମାତ୍ର ୪୪୨୦ ଟଙ୍କା ରୋଜଗାର କରିଛି। ଏଥିସହ ସାରା ଦେଶରେ ମାତ୍ର ୨୦ଟି ଟିକେଟ୍ ବିକ୍ରି କରିବାରେ ସକ୍ଷମ ହୋଇଛି। ରିଲିଜ୍ର ପ୍ରଥମ ଦିନରୁ ହିଁ ଏହି ଫିଲ୍ମର ରୋଜଗାର ମାନ୍ଦା ଥିଲା। ଇତି ମଧ୍ୟରେ ଧାକଡ଼ ପାଖାପାଖି ୩ କୋଟି ଟଙ୍କା କମାଇବାରେ ହିଁ ସକ୍ଷମ ହୋଇଛି। ଫଳରେ ବକ୍ସ ଅଫିସରେ ଏହି ଫିଲ୍ମ ବଡ଼ ଫ୍ଲପ୍ ସାବ୍ୟସ୍ତ ହୋଇଛି।
ଧାକଡ଼ ଫିଲ୍ମ ନିର୍ମାଣରେ ପାଖାପାଖି ୮୦ରୁ ୯୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଖବର ମୁତାବକ, ଫିଲ୍ମକୁ ଓଟିଟିରେ ଷ୍ଟ୍ରିମିଂ କରିବା ପାଇଁ ନିର୍ମାତାଙ୍କୁ ବେଶ୍ ସଂଘର୍ଷ କରିବାକୁ ପଡ଼ିଛି। ରଜନୀଶ ଘଇଙ୍କ ନିର୍ଦ୍ଦେଶିତ ଧାକଡ଼ରେ ଅର୍ଜୁନ ରାମପାଲ, ଦିବ୍ୟା ଦତ୍ତା ଓ ଶାଶ୍ୱତ ଚାଟାର୍ଜୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଧାକଡ଼କୁ ଇତି ମଧ୍ୟରେ ମିଶାମିଶି ରିଆକ୍ସନ୍ ମିଳିଛି। କିଛି ଦର୍ଶକ ଏହାକୁ ହିଟ୍ କହୁଥିବା ବେଳେ ଆଉ କିଛି ଫ୍ଲପ୍ କହୁଛନ୍ତି।
ଅନ୍ୟପଟେ ଧାକଡ଼ ସହ ରିଲିଜ୍ ହୋଇଥିବା ଫିଲ୍ମ ଭୁଲ ଭୁଲୈୟା ୨ ଏବେ ବକ୍ସ ଅଫିସ୍ରେ ମୋଟା ଅଙ୍କର ରୋଜଗାର କରୁଛି। ଇତି ମଧ୍ୟରେ ଏହି ଫିଲ୍ମ ୧୦୦ କୋଟି ଟଙ୍କା ପାର କରିସାରିଲାଣି। ଅନୀସ ବଜ୍ମୀଙ୍କ ଏହି ଫିଲ୍ମ ୨୦୦୭ର ଫିଲ୍ମ ଭୁଲ ଭୁଲେୟାଁର ଦ୍ୱିତୀୟ ପାର୍ଟ। ଏହି ଦ୍ୱିତୀୟ ପାର୍ଟରେ କାର୍ତ୍ତିକ ଆର୍ଯ୍ୟନ୍, ତବ୍ଦୁ ଓ କିଆରା ଆଡଭାନୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
Comments are closed.