‘ପଠାନ’କୁ ବୟକଟ୍ ଦାବି
ମୁମ୍ୱାଇ: ଦିନକୁ ଦିନ ବଢ଼ିବାରେ ଲାଗିଛି ବୟକଟ୍ ଟ୍ରେଣ୍ଡ୍। ବଲିଉଡ୍ ଫିଲ୍ମ ଗୁଡ଼ିକୁ ବୟକଟ୍ କରୁଛନ୍ତି ସୋସିଆଲ୍ ମିଡିଆ ୟୁଜର୍ସ। ଅମୀର ହୁଅନ୍ତୁ ଅବା ଅକ୍ଷ ୟ ସମସ୍ତଙ୍କ ଫିଲ୍ମକୁ ବୟକଟ୍ କରିବା ଦାବି କରୁଛନ୍ତି ୟୁଜର୍ସ। ନିକଟରେ ସୋସାଲ୍ ମିଡିଆରେ ଅମୀର ଖାନ୍ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ୟୁଜର୍ସ ତୀବ୍ର ବିରୋଧ କରି ବୟକଟ୍ କରିଥିବାବେଳେ ଏବେ ଶାହାରୁଖ ଖାନ୍ଙ୍କ ଅପ୍କମିଂ ଫିଲ୍ମ ପଠାନ୍କୁ ବୟକଟ୍ କରାଯାଉଛି। ଏମିତିକି ଏବେ ଟ୍ୱିଟର୍ରେ #BoycottPathan ଟ୍ରେଣ୍ଡ୍ ଚାଲିଛି।
ଆସନ୍ତା ୨୦୨୩ ଜାନୁଆରୀ ୨୫ ତାରିଖରେ ଶାହରୁଖଙ୍କ ନୂଆ ଫିଲ୍ମ ‘ପଠାନ’ ରିଲିଜ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ ସୋସାଲ୍ ମିଡିଆରେ ଏହି ଫିଲ୍ମକୁ ବୟକଟ୍ କରିବାର ଟ୍ରେଣ୍ଡ୍ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ବିବାଦ ଘେରକୁ ଆସିଛି।
ପଠାନ ଫିଲ୍ମରେ ଶାହାରୁଖଙ୍କ ଅପୋଜିଟ୍ରେ ଦୀପିକା ପାଦୁକୋନ୍ ଅଭିନୟ କରିଛନ୍ତି। ଶାହାରୁଖ୍ ଓ ଦୀପିକୀଙ୍କ କିଛି ଫୋଟ ମଧ୍ୟ ଏବେ ସୋସାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୟୁଜର୍ସ କାହିଁକି ଶାହରୁଖ ଅପ୍କମିଂ ଫିଲ୍ମ ‘ପଠାନ’କୁ ବୟରଟ୍ କରୁଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ହେଲେ କେତେକ ୟୁଜର୍ସ ବୟକଟ୍ ପଛରେ ଦୀପିକାଙ୍କୁ ଦାୟୀ କରୁଛନ୍ତି।
Comments are closed.