ଥାନା ପରିସରରେ ବିଷ ପିଇଥିବା ମହିଳା ମୃତ

ବ୍ରହ୍ମପୁର : ଗତକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ପରିସରରେ ବିଷ ପିଇଥିବା ମହିଳା ଆଜି ଆଖି ବୁଜିଛନ୍ତି।  ବ୍ରହ୍ମପୁର ଏମ୍‌କେସିଜି  ମେଡିକାଲରେ ଚିକିତ୍ସାଧୀନ  ଅବସ୍ଥାରେ ଥିବା ମହିଳାଜଣକ ଆଜି ପ୍ରାଣ ହରାଇଛନ୍ତି । ମୃତ ମହିଳାଙ୍କ ନାଁ ଟିକିନା ଦାସ । ତାଙ୍କ ଘର ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀ ଜ୍ୟୋତିନଗରରେ ବୋଲି ଜଣାପଡ଼ିଛି ।

ପାରିବାରିକ କଳହକୁ ନେଇ ଅତିଷ୍ଠ ହୋଇପଡ଼ିଥିବା ମହିଳାଜଣକ ଗତକାଲି ଗୋପାଳପୁର ଥାନା ଆସିଥିଲେ । ମାତ୍ର ଅଭିଯୋଗ କରିବା ପୂର୍ବରୁ ହିଁ ଥାନା ପରିସରରେ ସେ ବିଷ ପିଇ ଦେଇଥିଲେ । ଗତକାଲି ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି  ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଆଜି ତାଙ୍କ ମୃତ୍ୟୁ ହୋଇଛି। ପାରିବାରିକ ସମସ୍ୟା ସହ ଘରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମହିଳାଜଣକ ଏପରି ପଦକ୍ଷେପ ନେଇଥିବା ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ମହିଳାଙ୍କ ବାପଘର ତଥା ଶାଶୁଘର ଲୋକେ ଏନେଇ ପାଟି ଫିଟାଇ ନାହାନ୍ତି। ଯାହାକି ଘଟଣାକୁ ଅଧିକ ରହସ୍ୟଘେରକୁ ଟାଣି ନେଉଛି।

Comments are closed.