ଭାଉଜ ଦିଅରଙ୍କ ମୃତ ଦେହ ଠାବ

ଉଦଳା : ଉଦଳା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରେ ପୁରୁଷ ମହିଳାଙ୍କ ମୃତଦେହ ଠାବ । ଆଜି ସକାଳେ ସ୍ଥାନୀୟ ଲୋକ ପତ୍ର ଓ ଛତୁ ତୋଳିବା ନିମନ୍ତେ ଆସିଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହ ଦେଖିବା ପରେ ଏ ନେଇ କପ୍ତିପଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ମୃତ ଯୁବତୀ ଜଣକ ବାଘମୁଣ୍ଡା ଗ୍ରାମର କାର୍ମି ବେସରା ଓ ଯୁବକ ଜଣକ ଘୁଁଟିବିଲ ଗ୍ରାମର ପିତାମ୍ବର ବେସରା। ଏହି ମୃତକ ଦୁଇ ଜଣ ସମ୍ପର୍କରେ ଭାଉଜ ଏବଂ ଦିଅର ହେବେ ବୋଲି ଜଣାଯାଇଛି। ତେବେ ଗତ ମଙ୍ଗଳବାର ଦିନରୁ ଉଭୟ ଘରୁ ବାହାରି ଆସିଥିବା ବେଳେ ତାଙ୍କର ମୃତଦେହ ଆଜି ମିଳିଛି। ତେବେ ପାରିପାର୍ଶ୍ଵିକ ଅବସ୍ଥାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

Comments are closed.