କଏଦୀ ବିକୁଛି ପରିବା,ଜାଣନ୍ତୁ କେଉଁଠି

କରଞ୍ଜିଆ: ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ରାସ୍ତା ପାର୍ଶ୍ୱରେ ବସି ପରିବା ବିକୁଛନ୍ତି! କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରେ ଘଟିଛି। କଏଦୀମାନେ ଖୋଲମ୍‌ ଖୋଲା ବୁଲୁଛନ୍ତି ଓ ପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି।

କରଞ୍ଜିଆ ଉପ-କାରାଗାର ପରିସରରେ କଏଦୀମାନେ ପରିବା ଚାଷ କରୁଛନ୍ତି। ସେହି ପରିବାକୁ କଏଦୀମାନେ ଜେଲ୍‌ର ପ୍ରବେଶ ପଥଠାରୁ ୩୦୦ ମିଟର ଦୂର ମୁଖ୍ୟ ଗେଟ୍‌ ସମ୍ମୁଖ ରାସ୍ତା ପାର୍ଶ୍ୱରେ ବସି ବିକ୍ରି କରୁଛନ୍ତି। ପ୍ରତିଦିନ କଏଦୀମାନେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ପରିବା ବିକ୍ରି ବେଳେ ସେମାନଙ୍କ ପାଖରେ କୌଣସି ଜେଲ୍‌ କର୍ମଚାରୀ ନଥିବା ଦେଖିବାକୁ ମିଳିଛି।

Comments are closed.