ଯୁବକଙ୍କୁ ବିଭତ୍ସ ହତ୍ୟା
ବ୍ରହ୍ମପୁର : ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ଥାନା ଅନ୍ତେଇ ଗାଁ ନିକଟ ରାସ୍ତା ଉପରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବାବେଳେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ଏଫଏମଟି ବିଭାଗକୁ ପଠାଇଛନ୍ତି। ମୃତ ଯୁବକ ହେଉଛନ୍ତି ବ୍ରହ୍ମପୁର ଖାଲାସି ସାହିର ଶିବ ବେହେରା ବୋଲି ଜଣାପଡିଛି। ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଦିଗପହଣ୍ଡି ଥାନା ପୋଲିସ ଓ ବ୍ରହ୍ମପୁର ଏସପି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି।
Comments are closed.