ହତ୍ୟାକାରୀଙ୍କୁ ମୃତ୍ୟୁ ଭୟ,ଜାଣନ୍ତୁ କାହାକୁ

ଜୟପୁର: ରାଜସ୍ଥାନ ଉଦୟପୁର କହ୍ନେୟାଲାଲ ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଘାରିଲାଣି ମୃତ୍ୟୁ ଭୟ। ତାଙ୍କୁ ଫାଶୀ ହୋଇଯିବ କି? ଏହି ଚିନ୍ତାରେ ଏବେ ଗସ୍‌ ମହମ୍ମଦ ଓ ରିଆଜ ଅତ୍ତାରୀ। ଜେଲ ଭିତରେ ତାଙ୍କ ନିଦ ହଜିଯାଇଛି। ଆଖିକୁ ନିଦ ନାହିଁ କି ପେଟକୁ ଆଉ ଭୋକ ନାହିଁ। ଦିନରାତି କେବଳ ଗୋଟିଏ ଚିନ୍ତା ଘାରିଛି, ସେ ହେଉଛି ଫାଶୀ। ବାରମ୍ବାର ତଦନ୍ତଅଧିକାରୀଙ୍କୁ ଆମକୁ କେଉଁ ଦଣ୍ଡ ମିଳିବ ବୋଲି ପ୍ରଶ୍ନ ପଚାରି ଚାଲିଛନ୍ତି।

ଦିନ ଦ୍ୱିପହରେ ଗସ୍‌ ଏବଂ ରିଆଜ ଗ୍ରାହକ ସାଜି ଆସି ଉଦୟପୁର ହିନ୍ଦୁ ଦରଜି କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡର ତଦନ୍ତ ଏବେ ଏନ୍‌ଆଇଏ କରୁଛି। ଦୁଇ ଅଭିଯୁକ୍ତଙ୍କୁ ଏନ୍‌ଆଇଏ ପଚରାଉଚରା ଜାରି ରଖିଛି। ଏହାରି ଭିତରେ ଏହି ଦୁଇ ଆତଙ୍କବାଦୀ ଏନ୍‌ଆଇଏ ଅଧିକାରୀଙ୍କୁ ତାଙ୍କର ଦୋଷ ପାଇଁ ତାଙ୍କୁ କୋର୍ଟ ଫାଶୀ ଦେବ ନା ଆଜୀବନ କାରାଦଣ୍ଡ ଦେବ? ସେ ନେଇ ପ୍ରଶ୍ନ କରି ଚାଲିଛନ୍ତି।

Comments are closed.