ମୁଖ୍ୟମନ୍ତ୍ରୀଙ୍କୁ କରୋନା
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ କରୋନା ପଜିଟିଭ ହୋଇଛନ୍ତି। ନୀତୀଶ କୁମାରଙ୍କୁ ଗତ କିଛିଦିନ ହେଲାଣି ଜ୍ୱରରେ ପୀଡିତ ଥିଲେ। ଏହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଫଳରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହି ବିଷୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।
କରୋନା ଭାଇରସ ରିପୋର୍ଟ ପଜିଟିଭ ଆସିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଇସୋଲେସନରେ ରହିଛନ୍ତି। ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ୨-୩ ଦିନ ତଳୁ ମୁଖ୍ୟମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜର ଟେଷ୍ଟ କରିନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.