ମାସ୍କ୍ ବାଧ୍ୟତାମୂଳକ

ଭୁବନେଶ୍ବର : ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ରହିଛି। ଲଗାତାର ତୃତୀୟ ଦିନ ଲାଗି ଦୈନିକ ସଂକ୍ରମଣ ଶହେ ଉପରେ ରହିଛି। କେବଳ ଖୋର୍ଧା ଓ କଟକ ଜିଲ୍ଲାରୁ ସର୍ବାଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ସହରାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ବିଏମ୍‌ସି ପକ୍ଷରୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏପରିକି ଅନ୍ୟ ଜିଲ୍ଲାରୁ ଆସିଲେ ମଧ୍ୟ ଏଠାରେ ମାସ୍କ ପିନ୍ଧିବାକୁ ହେବ। ପୂର୍ବରୁ ପୁରୀ ରଥଯାତ୍ରା ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିଲା।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨,୭୬୫ କୋଭିଡ ନମୁନା ପରୀକ୍ଷା କରାଯାଇଛି।

ସଂକ୍ରମଣ ହାର ବା ଟିପିଆର ୧.୨୧ ପ୍ରତିଶତ ରହିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୮.୫ ପ୍ରତିଶତ ରହିଛି। ଖୋର୍ଧାରୁ ସର୍ବାଧିକ ୬୯, କଟକ ୧୬, ସୁନ୍ଦରଗଡ଼ ୧୨, ପୁରୀ ୯, ବାଲେଶ୍ବର ୮, ଭଦ୍ରକ-ଜଗତସିଂହପୁର ୪ ଲେଖାଏ, ବରଗଡ଼-ସମ୍ବଲପୁର ୩ ଲେଖାଏ, ନୟାଗଡ଼, ‌ସୋନପୁରରୁ ୨ ଲେଖାଏ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ, ରାୟଗଡ଼ାରୁ ‌ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨,୮୯,୭୫୭କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ୬୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ୬୬୮ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତେବେ କୌଣସି ନୂଆ କରୋନା ମୃତ୍ୟୁ ଘୋଷଣା ହୋଇନାହିଁ।

Comments are closed.