ମୁଁହ ଖୋଲିଲା କଂଗ୍ରେସ

ଡେସ୍କ: କଂଗ୍ରେସ କହିଛି ଯେ ଦଳର ନେତା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହେବେ କାରଣ ସେମାନଙ୍କର ଅନୁସନ୍ଧାନ ଏଜେନ୍ସିକୁ ଲୁଚାଇବାକୁ କିଛି ନାହିଁ ଏବଂ ବିଜେପି ଏଥିରୁ ନିଶ୍ଚିତ ଶିକ୍ଷା ଗ୍ରହଣ କରିବ।ନ୍ୟାସନାଲ ହେରାଲ୍ଡ ଏବଂ ଆସୋସିଏଟେଡ଼ ଜର୍ଣ୍ଣାଲସ ଲିମିଟେଡ଼ ଚୁକ୍ତି ସମ୍ପର୍କିତ ଅର୍ଥ କାରବାର ମାମଲାରେ ସୋନିଆ ଗାନ୍ଧୀଙ୍କୁ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାକୁ କୁହାଯାଇଥିଲା, କିନ୍ତୁ ସେ କରୋନା ସଂକ୍ରମିତ ହୋଇଥିବାରୁ ଇଡି ଆଗରେ ହଜାର ହେବାକୁ ଅଧିକ ସମୟ ଚାହିଁଥିଲେ। ଗତ ଗୁରୁବାର ଦିନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କଂଗ୍ରେସ ସଭାପତି ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇନାହାଁନ୍ତି ଏବଂ ତାଙ୍କର ସଦ୍ୟତମ ରିପୋର୍ଟ ମଧ୍ୟ କୋଭିଡ୍-ନେଗେଟିଭ୍ ଆସି ନାହିଁ।
ବେଆଇନ୍‌ ମୋରମ ଚାଲାଣ
ରାହୁଲ ଗାନ୍ଧୀଙ୍କୁ ଜୁନ୍ ୧୩ରେ ଇଡିରେ ହାଜର ହେବାକୁ କୁହାଯାଇଛି ଏବଂ ସେ ଏହା ପୂର୍ବରୁ ହାଜର ହେବାର ସମ୍ଭାବନା ରହିଛି।ତାଙ୍କୁ ପୂର୍ବରୁ ଜୁନ୍ ୨ରେ ହଜାର ହେବା ପାଇଁ ଡକାଯାଇଥିଲା କିନ୍ତୁ ସେହି ସମୟରେ ସେ ବିଦେଶରେ ଥିବାରୁ ପରେ ହଜାର ହେବାକୁ ସମୟ ମାଗିଥିଲେ।

କଂଗ୍ରେସ ମୁଖପାତ୍ର ପବନ ଖେଡ଼ା ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଏକ ଆଇନ ପାଳନ କରୁଥିବା ଦଳ। ଆମେ ନିୟମ ମାନୁଛୁ। ତେଣୁ ଯଦି ସେମାନଙ୍କୁ ଇଡି ଡାକିଥାଏ, ସେମାନେ ଅବଶ୍ୟ ହଜାର ହେବେ କାରଣ ଆମର କିଛି ଲୁଚାଇବାର ନାହିଁ। ସେ କହିଛନ୍ତି, ଆମେ ସେମାନଙ୍କ ପରି ନୁହଁ। ଆମେ କେଉଁ ପ୍ରକାରର ସତ୍ୟର ପଥ ଅନୁସରଣ କରୁ ସେ ନେଇ ସେମାନେ ଆମଠାରୁ କିଛି ଶିକ୍ଷା ଗ୍ରହଣ କରିବେ।

Comments are closed.