ସ୍ବର୍ଣ୍ଣ ପଦକ ଜିତିଲେ ମୀରାବାଈ ଚାନୁ
ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗର୍ବିତ କରିଥିବା ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଏବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୪୯ କେଜି ବର୍ଗ କ୍ଲିନ ଏବଂ ଜର୍କ ଇଭେଣ୍ଟରେ ଚାନୁ ଗୋଲ୍ଡ ଡିତିଛନ୍ତି ।
ବର୍ମିଂହାମ ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମିରବାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଟୋକିଓ ଅଲିମ୍ପିକ୍ସ ୨୦୨୦ ର ସ୍ୱର୍ଣ୍ଣ ପଦକ ବିଜେତା। ୨୭ ବର୍ଷର ଚାନୁ ମଧ୍ୟ ବର୍ମିଂହାମରେ ଅଲିମ୍ପିକ୍ ରେକର୍ଡର ପୁନରାବୃତ୍ତି କରିଛନ୍ତି।
Comments are closed.