ମ୍ୟାଚ କୁ ଓଲ୍ହାଇବେ କୁସ୍ତି ଯୋଦ୍ଧା
ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ଇଭେଣ୍ଟ। ଏକାଧିକ ଭାରତୀୟ ଷ୍ଟାର ମଧ୍ୟ ଆଜି ମ୍ୟାଟ୍ ଉପରେ ନଜର ଆସିଛନ୍ତି। ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।
୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ପୁନିଆ ୧ ମିନିଟ ୪୭ ସେକେଣ୍ଡ ମଧ୍ୟରେ ନିଜର ପ୍ରତିପକ୍ଷଙ୍କୁ ଚିତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଏହି ମ୍ୟାଚ୍କୁ ୪-୦ରେ ଜିତିଛନ୍ତି। ଆଜି ତାଙ୍କର ମୁକାବିଲା ନଉରାଉର ଲୋୱେ ବିଙ୍ଗହାମ ସହ ହୋଇଥିଲା। ହେଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ତାଙ୍କୁ ଆଟାକ କରିବାର କୌଣସି ସୁଯୋଗ ଦେଇଥିଲେ।
Comments are closed.